ଓଡ଼ିଶାଲାଇଭ ବ୍ୟୁରୋ

ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଯାଇଛି। ଚତୁର୍ଥ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି ଏଥିରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ଆଗରେ ରହିଛନ୍ତି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ଵାଲ ୭୪୩୧ ଭୋଟରେ ଆଗରେ ରହିଛନ୍ତି।

ଏଥିରେ ୧୮ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ଚତୁର୍ଥ ରାଉଣ୍ଡରେ ବିଜେଡି ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ୬ ହଜାର ୧୧୪ ଭୋଟ, ବିଜେପିର ବିଜୟ ମହାପାତ୍ରଙ୍କୁ ୫ ହଜାର ୭୦, କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୩୭ ଭୋଟ ମିଳିଛି। ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୫ ହଜାର ୨୧୪, ବିଜେପି ୧୭ ହଜାର ୭୭୮ ଓ କଂଗ୍ରେସ ୭୦୪ ଭୋଟ ପାଇଛନ୍ତି। ତେବେ ନବମ ରାଉଣ୍ଡରେ ବାଜି ପଲଟିବ ବୋଲି ଶୁଣାଯାଉଛି।

Comment