ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟକୁରାର ନବ ନିର୍ବାଚିତ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ସାବିତ୍ରୀ ଅଗ୍ରୱାଲ। ଶୁକ୍ରବାର ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ନିଜ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ଚଳିତ ପାଟକୁରା ବିଧାନସଭା ନିର୍ବାଚନରେ ଭାଇଭୋଲ୍ଟେଜ୍‌ ଲଢ଼େଇ ଦେଖିବାକୁ ମିଳିଥିଲା। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ବିଜେପିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ୧୭,୬୬୫ ଭୋଟ୍‌ରେ ହରାଇଥିଲେ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୭୭, ୫୦୭ ଭୋଟ୍‌ ମିଳିଥିବା ବେଳେ ସାବିତ୍ରୀ ଅଗ୍ରଓ୍ଵାଲ ୯୫ ହଜାର ୧୬୨ ଖଣ୍ଡ ଅଗ୍ରଓ୍ଵାଲ ଭୋଟ ପାଇ ପାଟକୁରାର ବିଜୟ ମୁକୁଟ ପିନ୍ଧିଥିଲେ।

ଚଳିତ ବିଧାନସଭା ନିର୍ବାଚନ ସମୟରେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଯାଇଥିଲା। ତେବେ ଏହାପରେ ପାଟକୁରାରେ ଉପ-ନିର୍ବାଚନ ହେବାକୁ ଘୋଷଣା କରିଥିଲେ ନିର୍ବାଚନ କମିଶନରର। ବିଜେଡି ପାଟକୁରାରେ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା।

ଚଳିତ ମାସ ୨୦ ତାରିଖରେ ପାଟକୁରା ନିର୍ବାଚନ ହୋଇଥିଲା। ଜୁଲାଇ ୨୪ ଫଳାଫଳରେ ବିଜୟ ମହାପାତ୍ରଙ୍କୁ ୧୭,୬୬୫ ଭୋଟ୍‌ରେ ହରାଇ ପାଟକୁରା ଜୟ କରିଥିଲେ ସାବିତ୍ରୀ ଅଗ୍ରୱାଲ।

Comment