ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ବଢ଼ିଚାଲିଥିବା ଶିଶୁ ଓ ମହିଳାଙ୍କୁ ଦୁଷ୍କର୍ମ ଏବଂ ଅତ୍ୟାଚରକୁ ବିରୋଧ କରି ସ୍ୱର ଉତ୍ତୋଳନ କରିଛି କୋରାପୁଟ ଜିଲ୍ଲାର ଜୟପୁର ଅଖିଳ ଭାରତ ଯୁବସଂଘ। ଆଜି ଜୟପୁର ସହର ଶ୍ରମିକ ଭବନଠାରେ କୁମର ଜାନୀଙ୍କ ସଭାପତିତ୍ୱରେ ବସିଥିଲା ଅଖିଳ ଭାରତ ଯୁବସଂଘର ବୈଠକ। ଏହି ବୈଠକରେ ମହିଳାଙ୍କ ଉପରେ ଅତ୍ୟାଚାର ଭଳି ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା।

ଯୁବସଂଘର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ବୈଠକରେ ଯୋଗଦେଇ ସଦସ୍ୟଙ୍କୁ ଦିଗ୍ ଦର୍ଶନ ଦେଇଥିଲେ। ଦେଶବ୍ୟାପୀ ସମ୍ବିଧାନ ସୁରକ୍ଷା, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ତଥା ବର୍ତ୍ତମାନ ସମୟରେ ସମାଜରେ ଶିଶୁ କନ୍ୟା ଓ ମହିଳାମାନଙ୍କ ଉପରେ ବଢିଚାଲିଥିବା ଦୁଷ୍କର୍ମ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜନସେଚେତନତା ଓ ଆନ୍ଦୋଳନ କରିବାକୁ ଆହ୍ୱାନ ପ୍ରଦୀପ କୁମାର ସେଠୀ ଦେଇଥିଲେ।

ଅନ୍ୟପକ୍ଷରେ ଓଡିଶା ସରକାରଙ୍କ ମଦ ପ୍ରୋତ୍ସାହନ ନୀତିକୁ ନିନ୍ଦା ଯୁବସଂଘ ନିନ୍ଦା କରିଛି। ଏହି ସଭାରେ ଯୁଧିଷ୍ଠିର ରାଉଳ, ପ୍ରମୋଦ ମହାନ୍ତି, ଉଦ୍ଧବ ଜାନୀ, ପବନ ମହୁରିଆ, ଉତ୍ତମ ମଲ୍ଲିକ, ବୈଦ୍ୟନାଥ  ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।

Comment