ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨ ମାସ ଯାଏଁ ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନ ଚଳାଚଳ ପ୍ରତି ସୋମବାର ବନ୍ଦ ରହିବ।

ଆଗାମୀ ଦୁଇ ମାସ ଯାଏଁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ ବିମାନ ଚଳାଚଳ। ଏନେଇ ସ୍ପାଇସ୍‌ ଜେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୂତାବିକ, ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ ଝାରସୁଗୁଡ଼ା ଓ ଦିଲ୍ଲୀ ବିମାନ ଚଳାଚଳ ସେବା ବନ୍ଦ ରହିବ।

ଗତ ମାର୍ଚ୍ଚ ମାସଠାରୁ କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ସ୍ପାଇସ୍ ଜେଟ୍ ପକ୍ଷରୁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତିଦିନ ବିମାନସେବା ଆରମ୍ଭ ହୋଇଛି।

ଆସନ୍ତା ୨ ମାସ କେବଳ ସୋମବାର ଦିନ ବିମାନ ଚଳାଚଳ ବନ୍ଦ ରହିବ।

Comment