ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲାର ଜୟପୁର ସହର ବର୍ତ୍ତମାନ ଗଞ୍ଜେଇ ଚାଲାଣର ଆଡ୍ଡାସ୍ଥଳୀ ପାଲଟିଲାଣି। ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସହରେ ଜୟପୁଣ ଦେଇ ବେଆଇନ୍‌ ଗଞ୍ଜେଇ ଚାଲାଣ କାରବାର କରାଯାଉଛି। ବୁଧବାର ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ହେଉଥିବା ଏକ ବୋଲେରୋ ଗାଡି ଉପରେ ଚଢ଼ାଉ କରିଛି। ପୋଲିସ୍‌ ଉକ୍ତ ବୋଲେରୋରୁ ୧୪୫ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଏହି ଗଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

କୋରାପୁଟ ଜିଲ୍ଲା ଲମତାପୁଟ ନିକଟବର୍ତ୍ତୀ ଜାତୀୟ ରାଜପଥ ୩୨୬ରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ୍‌ ଖବର ପାଇଥିଲା। ପୋଲିସ୍ ଡିମଳା ଛକ ପାଖରେ ଗଞ୍ଜେଇ ବୋଛେଇ ଏହି ବୋଲେରୋ(ଓଡି ୦୮ ଏଚ ୬୦୭୭) ଉପରେ ଚଢାଉ କରିଥିଲା। ଗାଡିରୁ ୬ଟି ଗଞ୍ଜେଇ ଭର୍ତ୍ତି ବସ୍ତା (୧୪୫ କିଲୋଗ୍ରାମ) ଜବତ  କରିଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ବୋଲି ପୋଲିସ୍‌ ସୂଚନା ଦେଇଛି।

ଏହି ଘଟଣାରେ ପୋଲିସ୍‌  ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲାର କେଶରୀ ନାୟକ,  ଧନଜୀ ନାୟକ ଓ ଲକ୍ଷ୍ମୀଣ ଝଙ୍କାର। ଅଭିଯୁକ୍ତଙ୍କ ପାଖରୁ ପୋଲିସ  ୭୦୦ଟଙ୍କା, ୨ଟି ମୋବାଇଲ ଫୋନ୍‌, ମନିଫର୍ସ ଜବତ କରିଛି। ଅଭିଯୁକ୍ତ ନାମରେ ମାମଲା ରୁଜୁ କରି ପୋଲିସ୍‌ କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରୀ ଧିରେନ୍ଦ୍ର ବେହେରା ସୁଚନା ଦେଇଛନ୍ତି।

Comment