ଓଡ଼ିଶାଲାଇଭ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଅପରାଧକୁ ରୋକିବାକୁ କମିସନରେଟ ପୋଲିସ ଜୋରଧରିଛି। ସହର ଉପକଣ୍ଠ ଦୟାନଦୀ ବ୍ରିଜ ଉପରେ ଆଜି ଭୋରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଅରୁଣ ମଲ୍ଲିକ ଓରଫ ପୋଡ଼ା ଓ ବିବେକ ଓରଫ ବିବେକାନନ୍ଦ ନାୟକ। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଆଜି ଭୋରୁ ବାଲିଅନ୍ତା ରୋଡରେ ଏହି ଦୁଇ ଅପରାଧି ଥିବା ଜାଣି ପୋଲିସ ଚଢ଼ାଉ କରିଥିଲା। ସେମାନେ ଡକାୟତି ପାଇଁ ଯୋଜନା କରୁଥିଲେ। ପ୍ରଥମେ ସେମାନେ ପୋଲିସ ଉପରକୁ ଗୁଳିଚଳନା କରିଥିଲେ ପରେ ପୋଲିସ ତାଙ୍କୁ ପାଲଟା ଆକ୍ରମଣ କରିଥିଲା। ଏଥିରେ ଜଣଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କର ବାମ ଗୋଡ଼ରେ ଗୁଲି ବାଜିଛି।

ଘଟଣାସ୍ଥଳରୁ ପୋଲିସ ଗୋଟିଏ ପିସ୍ଥଲ ଓ ଗୋଟିଏ ଅଫୁଟା ଗୁଳି ଜବତ କରିଛି। ସେମାନଙ୍କ ନାଁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି।

ଏହାସହ ରସୁଗଡ଼ ତୃରପ୍ତି ହୋଟେଲ ମାଲିକକୁ ଆକ୍ରମଣ, ଆଦିମାତା କଲୋନି ଲୁଟ, ୩୫ ଲକ୍ଷ ଡକାୟତି, କାର ଡକାୟତି ମାମଲା ଆଦିରେ ସପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି।

Comment