ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ଭଳି ଲାଗାଣ ବର୍ଷାରେ ବର୍ତ୍ତମାନ ଗୁଜୁରାଟ ରାଜ୍ୟ ବେହାଲ। ପ୍ରବଳ ବର୍ଷାରେ ଗୁଜୁରାଟର ସୁରତ, ଭଦୋଦରା, ନବସାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେବେ ଗତ ୩ ଦିନ ହେଲାଇଁ ନବସାରୀ ଜିଲ୍ଲା ବନ୍ୟାରେ ଫସି ରହିଥିଲେ ୩୦ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଆଜି ଉଦ୍ଧାର କରାଯାଇଛି।

ପ୍ରଶାସନ ପକ୍ଷରୁ ହେଲିକପ୍ଟର ସାହାଯ୍ୟରେ ସୋମନଙ୍କୁ ଉଦ୍ଧାର କରାଯାଇଛି। ଫସି ରହିଥିବା ୩୦ ଜଣ ଓଡ଼ିଆ ଶ୍ରମିକ ସହିତ ମୋଟ ୩୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସୁରତ ବିମାନବନ୍ଦରକୁ ଅଣାଯାଇଛି।

ବନ୍ୟାରେ ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ଦୁଇଟି ଏମ୍‌ଆଇ-୧୭ ହେଲିକପ୍ଟର ନିୟୋଜିତ ହୋଇଛନ୍ତି।

Comment