ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ମୋଦି ସରକାର ଆଜି ଐତିହାସିକ ପଦକ୍ଷେପ ନେଇଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରାଯାଇଥିବାରୁ ଦେଶର ଏକତା ଆହୁରି ସୁଦୃଢ଼ ହେବ’’, କହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି।

ଆଡଭାନି ଆହୁରି କହିଥିଲେ, ‘‘ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଛେଦ କରିବା ପାଇଁ ଆମେ ଦୀର୍ଘ ବର୍ଷ ହେଲା ଚାହୁଁଥିଲୁ। ଜନସଂଘ ଅମଳରୁ ଏହି ଧାରା ଉଛେଦ କରିବା ପାଇଁ ଆମର ପ୍ରସ୍ତାବ ରହିଥିଲା। ବିଜେପି ଏଜେଣ୍ଡାରେ ମଧ୍ୟ ଏହି ପ୍ରସଙ୍ଗ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଐତିହାସିକ ପଦକ୍ଷେପ ନେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।’’

ଜମ୍ମୁ କଶ୍ମୀରରୁ ଧାରା ୩୭୦, ୩୫ଏକୁ ହଟାଇବା ପାଇଁ ବିଜେପି ଦୀର୍ଘ ବର୍ଷ ହେଲା ଉଦ୍ୟମ କରି ଆସୁଥିଲା। ହେଲେ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ଏହି ଉଦ୍ୟମ ସଫଳ ହୋଇଛି। ବିଜେପିର ସବୁ ବରିଷ୍ଠ ନେତା ଏହାକୁ ସ୍ୱାଗତ କରିଥିଲେ। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ପୂରଣ ହେଲା ବୋଲି କିଛି ବିଜେପି ନେତା କହିଛନ୍ତି।

Comment