ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାର-ମିଲ କର୍ତ୍ତୃପକ୍ଷଙ୍କ ଉଚ୍ଚସ୍ତରୀୟ ବୈଠକ। ୨ ମାସ ଭିତରେ କାର୍ଯ୍ୟକ୍ଷମ ହେବ ଜୟପୁର ବିଲ୍ଟ ପେପର ମିଲ।

୨୦୧୬ ମସିହାରୁ ସମସ୍ୟା ଘେରରେ ରହିଥିବା ଜୟପୁର ବିଲ୍ଟ ପେପର ମିଲରର ସମାଧାନ ପାଇଁ ବାଟ ଖୋଲିଛି। ଏହାର ପେପର ମିଲ ସମସ୍ୟା ସମାଧାନ ପାଇଁ ଭୁବନେଶ୍ୱରରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦୁଇ ମାସ ଭିତରେ ପେପର ମିଲ କାର୍ଯ୍ୟକ୍ଷମ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଶକ୍ତି ସଚିବ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ପେପର ମିଲର ଏମଡି ଡି ହରିହରଣ, ସିଓଓ ନିହାର ଅଗ୍ରୱାଲ ଉପସ୍ଥିତ ଥିଲେ।

ଶକ୍ତି ଓ ଶିଳ୍ପ ମନ୍ତ୍ରୀ  କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରିୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପେପର ମିଲର ବିଭିନ୍ନ ସମସ୍ୟା ଓ ଋଣ, କଞ୍ଚାମାଲ ଆଦି ଉପରେ ଆଲୋଚନା ହୋଇଥିଲା। ସମସ୍ତ ବିଷୟ ଆଲୋଚନା ହେବାପରେ ଆଗାମୀ ୨ ମାସ ଭିତରେ ଜୟପୁର ବିଲ୍ଟ ପେପର ମିଲ୍‌ ପୁଣିଥରେ କାର୍ଯ୍ୟକ୍ଷମ ହେବ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ପେପର ମିଲ ଚାଲିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ମିଲ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ବିଧାୟକ ତାରାପ୍ରସାଦ ବାହିନିପତି କହିଛନ୍ତି। ସେହିପରି ଗତ ଏପ୍ରିଲ ମାସଠାରୁ ଶ୍ରମକଙ୍କ ଦରମା ମିଳିନାହିଁ। କୋରାପୁଟ ଜିଲ୍ଲାର ଏକ ମାତ୍ର ବଡ଼ ଶିଳ୍ପ ଆଚଳାବସ୍ତା ରହିଥିବାରୁ ଏହାର ପ୍ରଭାବ ପୁରା ଜିଲ୍ଲା ଉପରେ ପଡ଼ିଥିବା ବିଧାୟକ ବାହିନିପତି କହିଛନ୍ତି। ମିଲ୍‌ ଚାଲିବା ଦିଗରେ ସମସ୍ତ ପ୍ରକାର ସହ ଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

Comment