ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରସ୍ଥିତ ଜିଲ୍ଲା କଂଗ୍ରେସ ଭବନଠାରେ ଶୁକ୍ରବାର କ୍ରାନ୍ତି ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତି ଯୋଗ ଦେଇଥିଲେ।

ସଭାନେତ୍ରୀ  ବାହିନିପତି ପତକା ଉତ୍ତୋଳନ କରି କ୍ରାନ୍ତି ଦିବସ ଉପରେ ଆଲୋକପାତ କରିଥିଲେ। ମହାତ୍ମା ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ବିକାଶରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ। ୧୯୪୨ ମସିହା ଅଗଷ୍ଟ ୯ ଠାରୁ ଆଜି ଯାଏଁ  କଂଗ୍ରେସ ଦଳ ଏହି ଦିନକୁ ସ୍ମରଣ କରି ଦେଶ ସେବାରେ ଲାଗିଥିବା ସେ କହିଥିଲେ।

ଏହି ସଭାରେ ପୁର୍ବତନ ବିଧାୟକ ରାମ କାଡାମ, ଉପସଭାପତି ବିନୋଦ ମହାପାତ୍ର, ହାସନ ମଦାନି, ଆଜିତ ସାନ୍ତ୍ରାପାତ, ଭଗବାନ ବାହିନିପତି, ଭେଙ୍କଟ ରାଓ ପଟ୍ଟନାୟକ, ରାମ ନାୟକ, ନବୀନ ମାଦଳା ପ୍ରମୁଖ ଉପସ୍ଥିତ ଥିଲେ।

Comment