ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜିଲ୍ଲାରେ ୨୫ ଶହ ହେକ୍ଟର ଜମିରେ ବର୍ଷା ପାଣି ଜମି  ରହିଛି। ଜମିରେ ଚାଷ କରାଯାଇଥିବା ଧାନ ନଷ୍ଟ ହେବାର ଆଶଙ୍କା ରହିଛି।

ଜିଲ୍ଳାର ୧୪ଟି ବ୍ଲକ ମଧ୍ୟରୁ କୋଟପାଡ଼ ବ୍ଲକରେ ୧୩୭୧ ହେକ୍ଟର ଜମିରେ ପାଣି ଜମି ରହିଥିବା ବେଳେ ଜୟପୁର ବ୍ଲକରେ ୪ ଶହ ହେକ୍ଟର, ବୈପାରିଗୁଡ଼ା ବ୍ଲକରେ ୧୭୭ ହେକ୍ଟର, ଦଶମନ୍ତପୁର ବ୍ଲକରେ ୧୦୩.୫ ହେକ୍ଟର ଏବଂ ଅନ୍ୟ  ୧୦ଟି  ବ୍ଲକରେ ପ୍ରାୟ ୪୪୯ ହେକ୍ଟର ଜମିରେ ପାଣି ଜମି ରହିଥିବା ଉପକୃଷି ନିର୍ଦ୍ଦେଷକ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି।

ଚଳିତ ଖରିଫ ଋତୁରେ କୋରାପୁଟ ଜିଲ୍ଲାରେ ୨ ଲକ୍ଷ ୯୬ ହଜାର ହେକ୍ଟର ଚାଷ ଜମିରେ ଚାଷ କରାଯାଉଥିବା ବେଳେ ୯୯ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବା ଜଣାପଡ଼ିଛି।

Comment