ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟସ୍ତରୀୟ ସ୍ଵାଧିନତା ଦିବସ ପ୍ୟାରେଡ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ଵର। ଏଥିପାଇଁ ପ୍ରସ୍ତୁତ ଜୋର ଧରିଛି। ଏନେଇ କମିସନରେଟ ପୋଲିସ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି।

କୌଣସି ଭାରି ଯାନକୁ ଆଚାର୍ଯ୍ୟ ବିହାର ଛକରୁ ଏଜି ଛକ ଓ ବାଣିବିହାର ଛକରୁ ମାଷ୍ଟର କ୍ୟାଣ୍ଟିନ ଛକକୁ ଛଡ଼ା ଯିବନାହିଁ। ସେହିପରି ମଧୂସୁଦନ ମାର୍ଗ, ରାମ ମନ୍ଦିର ଛକ ଓ ହାଉସିଂ ବୋର୍ଡ ଛକ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ।

ଯେଉଁମାନେ ବାଣି ବିହାରରୁ ଆସି ରାମ ମନ୍ଦିର ଦେଇ ହାଉସିଂ ବୋର୍ଡ ଆଡ଼କୁ ଯିବାକୁ ଚାହୁଁଥିବେ। ସେମାନେ ସିଧା ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ଦେଇ ଯାଇ ପାରିବେ। ସେହିପରି ଯେଉଁମାନେ ଆଚାର୍ଯ୍ୟ ବିହାରରୁ ହାଉସିଂ ବୋର୍ଡ ଦେଇ ରାମ ମନ୍ଦିର ଯିବାକୁ ଚାହୁଁଥିବେ। ସେମାନେ ସିଧା ପିଏମଜି ଛକରୁ ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ଯାଇପାରିବେ।

ପରେଡ ସମୟରେ କେଶରୀ ଟକିଜ୍‌ର ଭିତର ଓ ବାହାରେ, କ୍ୟାପିଟାଲ ହାଇସ୍କୁଲ ପଡ଼ିଆ, ୟୁନିଟ-୪ ଏଜି ଫିଲ୍ଡ, ଏସବିଆଇ ପାର୍କିଂ, ୟୁନିଟ-୪ ଓ ଆଇଜି ପାର୍କକୁ ପାର୍କିଂ ସ୍ଥଳ ଭାବେ ଚିହ୍ନଟ କରାଯାଇଛି।

ଏହି ଟ୍ରାଫିକ ବ୍ୟବସ୍ଥା ୧୩ ଅଗଷ୍ଟ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଓ ୧୫ ଅଗଷ୍ଟରେ ସକାଳ ୬ଟାରୁ ୩୦ ମିନିଟରୁ ପ୍ୟାରେଡ ଶେଷ ହେବା ପର୍ଯ୍ୟନ୍ତ ଲାଗୁ ହେବ। ଚଳିତ ବର୍ଷ ଗାନ୍ଧୀ ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ ଅନୁଷ୍ଠିତ ହେବ।

Comment