ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବିଏସ୍‌ଏଫ ଏଏସ୍‌ଆଇ ଯବାନଙ୍କ ଅବହେଳା ସ୍ଫଷ୍ଟ ହୋଇଛି। ଟ୍ରେନ୍‌ରେ ୬୦ ରାଉଣ୍ଡ ଜୀବନ୍ତ ଗୁଳି ଛାଡ଼ି ଦେଇଥିଲେ ବିଏସ୍‌ଏଫ ଯବାନ। ଯାହା ପରେ ରେଲୱେ ପକ୍ଷରୁ ଉଦ୍ଧାର କରାଯାଇ ଉକ୍ତ ଯବାନଙ୍କୁ ଦିଆଯାଇଛି। ଏହି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ ଏବଂ ଏହି ଯବାନ ଜଣକ ହେଉଛନ୍ତି ବିଏସ୍‌ଏଫ୍‌ ଏଏସ୍‌ଆଇ ବଚନ ପାଣ୍ଡେ।

ବିଶାଖାପାଟଣାଠାରୁ କିରୋଣ୍ଡଲ ଟ୍ରେନରେ ଯାତ୍ରା କରୁଥିଲେ ବିଏସଏଫ୍‌ର ଟିମ୍‌। ତେବେ ଟ୍ରେନଟି ଭୋର ୫ଟା ସମୟରେ କୋରପୁଟରେ ପହଞ୍ଚିଥିଲା। ତେବେ ଟ୍ରେନରୁ ଓହ୍ଲାଇବା ପରେ ବଚନ ପାଣ୍ଡେ ଟ୍ରେନରେ ୩ଟି ମେଗାଜିନର ୬୦ ରାଉଣ୍ଡ ଗୁଳି ଛାଡିଦେଇଥିବା ଜାଣିବାକୁ ପାଇଲେ। ହେଲେ ସେତେବେଳକୁ ଟ୍ରେନ୍‌ ଛାଡ଼ିଦେଇଥିଲା।

ଏନେଇ ବଚନ ପାଣ୍ଡେ ତୁରନ୍ତ କୋରପୁଟ ରେଲୱେ ପୋଲିସ୍‌ ଫୋର୍ସ(ଆରପିଏଫ)କୁ ଜଣାଇଥିଲେ। ଦାୟିତ୍ୱରେ ଥିବା କନେଷ୍ଟବଲ ପ୍ରଦୀପ କୁମାର ବିଭାଗକୁ ଜଣାଇବା ପରେ ଜୟପୁର ରେଳ ଷ୍ଟେସନରୁ ଏହି ଜୀବନ୍ତ ଗୁଳି ଉଦ୍ଧାର ହୋଇଛି।

ବଚନ ପାଣ୍ଡେ ଦିନ ୧୧ ଟାରେ ଜୟପୁର ଆରପିଏଫ୍‌ ଅଫିସରେ ହାଜର ହୋଇ ନିଜ ପରିଚୟ ପତ୍ର ଦେଖାଇଥିଲେ। ଏହାପରେ କୋରାପୁଟ ବିଏସଏଫ ଇନସପେକ୍ଟର ସନାତନ ଡୁଟୁଙ୍କ ଉପସ୍ଥିତିରେ ଏହି ଗୁଳି ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା। ଏନେଇ ବିଏସଏଫ କମାଣ୍ଡେଣ୍ଟଙ୍କୁ ଜଣାଇ ଦିଆଯାଇଛି।

Comment