ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ ଆଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରି ୭୩ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ସାଧୁ ଖେମୁଣ୍ଡୁ, ସଦନ ମାଣ୍ଡି ଏବଂ ପ୍ରହ୍ଲଦାଲ ଖେମୁଣ୍ଡୁ।

ଜାତୀୟ ରାଜପଥ ୨୬ର ବିଷୋୟୀପୁଟଠାରେ ଧଳା ଇଣ୍ଡିଗୋ ଗାଡ଼ି ଉପରେ ଜୟପୁର ସଦର ପୋଲିସ ଚଢାଉ କରିଥିଲା।  ଏହି ଗାଡ଼ିରୁ ପୋଲିସ ୭୩.୨ କିଲୋଗ୍ରମର ଗଞ୍ଜେଇ ଜବତ କରିଛି। ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରି ଶବ ଶଙ୍କର ସାହୁ କହିଛନ୍ତି।

Comment