ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କଟକ-ଭୁବନେଶ୍ୱର ନୂଆ ପୋଲିସ କମିଶନର ଭାବେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଷଡ଼ଙ୍ଗୀ ତାଙ୍କର ଆଗାମୀ ଆଭିମୁଖ୍ୟ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘ ଅପରାଧ ନିୟନ୍ତ୍ରଣ, ତଦନ୍ତକୁ ଗୁରୁତ୍ୱ ଦିଆଯିବ।  ଅପରାଧୀଙ୍କ ସଂପର୍କରେ ତଥ୍ୟ କାର୍ଯ୍ୟାନୁଷ୍ଠାନକୁ ସମୀକ୍ଷା କରାଯିବ। ସହରବାସୀଙ୍କ ମଧ୍ୟରେ ସୁରକ୍ଷାର ବାତାବରଣ ପାଇଁ ଉଦ୍ୟମ କରିବୁ। ରାଜ୍ୟ ସରକାରଙ୍କ 5T ମଧ୍ୟରେ ଥିବା ଟେକନୋଲୋଜୀକୁ ଗୁରୁତ୍ୱ ଦିଆଯିବ। ଏହାର  ସୁଫଳ ସାଧାରଣ ଜନତାଙ୍କୁ ମିଳିବା ଦରକାର। ଟ୍ରାଫିକ ନିୟନ୍ତ୍ରଣ ସବୁଠୁ ବଡ଼ ଚାଲେଞ୍ଜ ହେବ’’, କହିଛନ୍ତି ଡକ୍ଟର ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ପୂର୍ବତନ କମିଶନରମାନଙ୍କ ସହ ଆଲୋଚନା କରିବି। ପୋଲିସକୁ କଟକ ଭୂବନେଶ୍ୱରବାସୀ ସହଯୋଗ କରିବେ ବୋଲି କାମନା କରୁଛି।

ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ନେଇଥିବା ଡକ୍ଟର ଷଡ଼ଙ୍ଗୀ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ସିଏମ୍‌ଡି ଥିଲେ। ସେ ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ସେ ରାଷ୍ଟ୍ରପତିଙ୍କଠୁ ପୋଲିସ ମେଡାଲ , ରାଜ୍ୟପାଳଙ୍କଠୁ ପୋଲିସ ମେଡାଲ ପାଇଛନ୍ତି।

ସେହିପରି ବିଦାୟୀ ପୋଲିସ କମିଶନର ସତ୍ୟଜିତ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି,‘‘କ୍ରାଇମ କଣ୍ଟ୍ରୋଲ ଆମ ପାଇଁ ଚାଲେଞ୍ଜ ଥିଲା। ହକି ବିଶ୍ୱକପ, ସାଧାରଣ ନିର୍ବାଚନ ପରିଚାଳନା ଚାଲେଞ୍ଜିଙ୍ଗ ଥିଲା।

Comment