ଓଡ଼ିଶାଲାଇଭ ବ୍ୟୁରୋ

ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଉଚ୍ଚସ୍ତର ଶିକ୍ଷା ଅଭିଯାନ(ରୁସା) ତରଫରୁ ଏମ୍‌.ଫିଲ/ପିଏଚଡି ଛାତ୍ରଛାତ୍ରୀଙ୍କୁ ଡକ୍ଟରାଲ ଫେଲୋସିପ ପ୍ରଦାନ କରାଯିବ। ଏହି ଫେଲୋସିପ ୪ବର୍ଷ ରିସର୍ଚରେ ଦକ୍ଷତା, ପତ୍ରିକା ପ୍ରକାଶନ ଓ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ଦିଆଯିବ। ଏଥିରେ ଆବେଦନ ପାଇଁ ଏମଫିଲ/ପିଏଚଡି ଛାତ୍ରଛାତ୍ରୀମାନଙ୍କୁ ଏକ କମନ୍‌ ରିସର୍ଚ ଏଣ୍ଟ୍ରାସ ଦେବାକୁ ପଡ଼ିବ।

ଏହି ଏଣ୍ଟ୍ରାସ ପରୀକ୍ଷା ୧୪ ସେପ୍ଟେମ୍ଵର ୨୦୧୯ରେ ଭୁବନେଶ୍ଵର, ନୂଆଦିଲ୍ଲୀ, ଗୌହାଟି, ହାଇଦ୍ରାବାଦ ଓ ପୁନେରେ ଅନୁଷ୍ଠିତ ହେବ। ଫେଲୋସିପ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ପ୍ରଥମେ ପ୍ରବେଶିକା ପରୀକ୍ଷା(ଏଣ୍ଟ୍ରାସ) ଓ ପରେ ମୌଖିକ ପରୀକ୍ଷା(ଭାଇଭା) ଦେବେ। ଆବେଦନ କରିଥିବା ଛାତ୍ରଛାତ୍ରୀ ନେଟ୍‌/ଜେଆରଏଫ ପାଇଥିବା ଆବଶ୍ୟକ। ଅଧିକ ବିବରଣୀ ପାଇଁ ଓ୍ଵେବସାଇଟ www.utkaluniversity.nic.in କୁ ଯାଇ ପାରିବେ।

Comment