ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ସଫଳ ରାଜେନତା ସହ ଜଣେ ସଫଳ ଆଇନଜୀବୀ ଭାବେ ଅରୁଣ ଜେଟଲୀ ସୃଷ୍ଟି କରିଥିଲେ ସ୍ୱତନ୍ତ୍ର ପରିଚୟ।

୧୯୫୨ ମସିହା ଡିସେମ୍ବର ୨୮ରେ ଜନ୍ମିତ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶ ଜଣେ ପ୍ରଖର ଆଇନଜୀବୀ, ଜଣେ ସଫଳ ରାଜନେତାଙ୍କୁ ହରେଇଛି। ଜେଟଲୀ ତାଙ୍କ ରାଜନୈତିକ କ୍ୟାରିୟର ଭିତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜଣେ ସଫଳ ରାଜନୀତିଜ୍ଞ ଏବଂ ଜଣେ ସଫଳ ଆଇନଜୀବୀ ଭାବେ ସେ ପରିଚିୟ ସୃଷ୍ଟି କରିଥିଲେ। ଆସନ୍ତୁ ଜାଣିବା ଜଣେ ଆଇନଜୀବୀ ଭାବରେ ଜେଟଲୀଙ୍କ କ୍ୟାରିୟର ବିଷୟରେ।

ଓକିଲ ହେବାକୁ ଚାହୁଁନଥିଲେ ଜେଟଲୀ

ଏକଥା କମ୍‌ ଲୋକ ଜାଣିଛନ୍ତି ଯେ ଜେଟଲୀ ଓକିଲାତି କରିବାକୁ ଚାହୁଁନଥିଲେ। ତାଙ୍କର ସ୍ୱପ୍ନ କିଛି ଅଲଗା ଥିଲା। ସେ ଜଣେ ଚାଟାର୍ଡ ଆକାଉଣ୍ଟାଟ ହେବାକୁ ଚାହୁଁଥିଲେ। ହେଲେ ତାହା ହୋଇପାରିନଥିଲା।

ବୋଫର୍ସ ମାମଲାରେ କରିଥିଲେ ପେପରଓ୍ୱର୍କ

ଦିଲ୍ଲୀ ୟୁନିଭର୍ସିଟିରେ ଓକିଲାତି ପଢ଼ା ସରିବା ପରେ ୧୯୭୭ରେ ଜେଟଲୀ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୯୦ରେ ଦିଲ୍ଲୀ ହାଇକୋର୍ଟରେ ଅରୁଣ ଜେଟଲୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ। ଏହାରିମଧ୍ୟରେ ୧୯୮୯ କେନ୍ଦ୍ରର ବିପି ସିଂହ ସରକାରଙ୍କ ତାଙ୍କୁ ଆଡିସନାଲ ସିଲିସିଟର ଭାବେ ନିଯୁକ୍ତି ଦେଇଥିଲେ। ସେତେବେଳେ ବୋଫର୍ସ ମାମଲାରେ ଯାଞ୍ଚ ପାଇଁ ଜେଟଲୀ ପେପରଓ୍ୱାର୍କ କରିଥିଲେ।

 ବରିଷ୍ଠ ରାଜନେତାଙ୍କ ପାଇଁ କରିଥିଲେ ଓକିଲାତି

ଓକିଲାତି କ୍ୟାରିୟର ଭିତରେ ଜେଟଲୀ ଅନେକ ରାଜନେତାଙ୍କ ପାଇଁ ମଧ୍ୟ ଓକିଲାତି କରିଥିଲେ। କଂଗେ୍ରସ ନେତା ମାଧବ ରାଓ ସିନ୍ଧିଆ, ବିଜେପିର ଲାଲକୃଷ୍ଣ ଆଡଭାନୀଙ୍କ ପାଇଁ ଓକିଲାତି କରିଥିଲେ।

ବିଦେଶୀ କମ୍ପାନି ପାଇଁ ଲଢ଼ିଥିଲେ କେସ୍‌

କୋର୍ଟରୁମ୍‌ରେ ଜେଟଲୀ ବଡ଼ ବଡ଼ କମ୍ପାନିଙ୍କ ପାଇଁ କେସ୍‌ ଲଢ଼ିଥିଲେ। ପେପ୍ସିକୋ ପାଇଁ ଅରୁଣ ଜେଟଲୀ କୋକାକୋଲା କମ୍ପାନି ବିରୋଧରେ କେସ୍‌ ଲଢ଼ିଥିଲେ।

Comment