ଓଡ଼ିଶାଲାଇଭ ବ୍ୟୁରୋ

ସେପ୍ଟେମ୍ଵର ୭ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୬୦ଜଣ ଛାତ୍ରଛାତୀଙ୍କ ସହିତ ଦେଖିବେ। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାରୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶରଣ୍ୟା ନନ୍ଦ ଓ ଝାରସୁଗୁଡ଼ା ଜିଲ୍ଲା ଡିଏଭି ଏମସିଏଲ ଲଖନପୁରର ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ଚୌଧୁରୀ ସ୍ଥାନ ପାଇଛନ୍ତି।

ଇସ୍ରୋ ଓ www.mygov.in ପକ୍ଷରୁ ଅଗଷ୍ଟ ମାସରେ ଅନଲାଇନ ସ୍ପେସ କୁଇଜ କରାଯାଇଥିଲା। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ୬୦ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ଶରଣ୍ୟା ଓ ଚିନ୍ମୟ ମଧ୍ୟ ସ୍ଥାନ ପାଇଛନ୍ତି।

ତେବେ ସେପ୍ଟେମ୍ଵର ୭ ତାରିଖ ଦିନ ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଉପସ୍ଥିତ ରହିବେ। ଏହାସହ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comment