ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ପ୍ରକାର ମାଦକ ଦ୍ରବ୍ୟ ସେବନ କରି ଯୁବପିଢ଼ି ନିଜର ଭାରସାମ୍ୟ ହରାଉଛନ୍ତି। ନିଶା ସେବନ ଦ୍ୱାରା ସେମାନେ ମାନସିକ ରୋଗରେ ଆକ୍ରାନ୍ତ ହେଉଛନ୍ତି’’, କହିଛନ୍ତି ଡାକ୍ତର ଗୌତମ ଶାହ।

ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ କଟକ ଶ୍ରୀରାମଚନ୍ଦ୍ର ଭବନରେ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସକ ସଂଘ, ପୂର୍ବ-ଭାରତ ଶାଖା ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସକ ସଂଘ ପୂର୍ବ ଭାରତ ଶାଖାର ସଭାପତି ଡାକ୍ତର ଗୌତମ ଶାହ ଯୋଗ ଦେଇଥିଲେ। ସଂଘ ସମ୍ପାଦକ ଡାକ୍ତର ଓମ୍‍ ପ୍ରକାଶ ସିଂ ଏବଂ ଡାକ୍ତର ଗୋପାଳ ଚନ୍ଦ୍ର କର ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଡାକ୍ତର ତନ୍ମୟିନୀ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ  ଡାକ୍ତର ପ୍ରତିଥି ପଟ୍ଟନାୟକ ଅତିଥି ପରିଚୟ ଦେଇଥିଲେ। ଡାକ୍ତର ସାଇପ୍ରସାଦ ରାଏ, ଡାକ୍ତର ଚୁନୁରାମ ସୋରେନ୍‍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କଟକର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରକଳା, ପ୍ରବନ୍ଧ ଓ ‘ନିଶା ନିବାରଣ’ ଉପରେ ବକ୍ତୃତା ପ୍ରତିଯୋଗିତା ହୋଇଥିଲା।

ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ। ଡକ୍ଟର ଗାୟତ୍ରୀ ଦେବୀ, ସଂଗ୍ରାମ କେଶରୀ ନାୟକ, ରାଧାମୋହନ ସାହୁ, ଗୌତମ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶେଷରେ ମାନସିକ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ସଭାପତି ଡାକ୍ତର ସମ୍ରାଟ କର ଧନ୍ୟବାଦ ଅର୍ପଣ କରିଥିଲେ।

Comment