ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ୁଛି।

ଏହି ମୋଟର ଯାନ ଧାରା ୧୫୮ ଅନୁସାରେ, ଦୁର୍ଘଟଣା ବା କୌଣସି ଅନ୍ୟ ମାମଲାରେ ଗାଡ଼ିର କାଗଜପତ୍ର ଦେଖାଇବାର ସମୟ ୭ ଦିନ ଧାର୍ଯ୍ୟ ହୋଇଛି। ଦୁର୍ଘଟଣା ବେଳେ ଟ୍ରାଫିକ୍‌ ପୋଲିସ ଆବଶ୍ୟକୀୟ କାଗଜପତ୍ର ମାଗିପାରିବେ ନାହିଁ। ଉକ୍ତ ବ୍ୟକ୍ତି ୭ ଦିନ ଭିତରେ କାଗଜପତ୍ର ଦେଖାଇପାରିବେ ବୋଲି ନିୟମରେ ଅଛି।

ସେପ୍ଟେମ୍ବର ୧ରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଏବେ ସାଧାରଣ ନାଗରିକ ହନ୍ତସନ୍ତ। କିଏ ହେଲେମେଟ୍‌ ପାଇଁ ତ କିଏ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ମୋଟା ଅଙ୍କର ଜରିମାନା ଦେଉଛି।

Comment