ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆସିଗଲେ ଦୁଇଭାଇ ଜଗା କାଳିଆ

ଓଡିଶା ବାହୁଡ଼ିଲେ ଜଗା କାଳିଆ। ଶୁକ୍ରବାର ଦିଲ୍ଲୀ ଏମ୍ସରୁ ବାହାରି ରାଜଧାନୀ ଏକ୍ସପ୍ରେସରେ ଓଡିଶା ପହଞ୍ଚିଛନ୍ତି ଦୁଇ ଭାଇ।

ଆମିକସକ୍ୟୁରି କହିଲେ, ପୁରୀର ବିକାଶ ପାଇଁ ଉଚ୍ଛେଦ ଠିକ୍‌

ଉଚ୍ଛେଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ୨ଦିନିଆ ଗସ୍ତରେ ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରି ରଞ୍ଜିତ କୁମାର ଓ ସିଲିସେଟର ଜେନେରାଲ ତୁଷାର ମେହେତା। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆମିକସକ୍ୟୁରି ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଏହାସହ ଆମିକସ୍‌କ୍ୟୁରିଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

କିଏ ଇସ୍ରୋ ମୁଖ୍ୟ କେ ଶିଭନ୍‌ –  ଜାଣନ୍ତୁ, ଜଣେ ଗରିବ କୃଷକରୁ କେମିତି ହେଲେ ରକେଟ ମ୍ୟାନ

ଇସ୍ରୋ ଅଧ୍ୟକ୍ଷ କେ ଶିଭନଙ୍କ ଜୀବନ ମଧ୍ୟ ଚନ୍ଦ୍ରଯାନ ୨ ମିଶନ ଭଳି। ସେ ମଧ୍ୟ ବିଭିନ୍ନ ଚାଲେଞ୍ଜ ଦେଇ ଗତି କରିଛନ୍ତି। ଏକ ଗରିବ କୃଷକ ପରିବାରେ ଜନ୍ମ ହୋଇ ଶିଭନ ଅଦ୍ଭୁତ ସଫଳତାର ଅଧିକାରୀ ହୋଇଛନ୍ତି।

ଅବତରଣ ପାଇଁ କାହିଁକି ଚନ୍ଦ୍ରର ଦକ୍ଷିଣମେରୁକୁ ବାଛିଥିଲା ଇସ୍ରୋ?

ଚନ୍ଦ୍ରଯାନ ୨ର ଅବତରଣକୁ ନେଇ ଅପେକ୍ଷାରେ ଥିଲା ସାରାବିଶ୍ୱ। ଶୁକ୍ରବାର ମଧ୍ୟ ରାତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା ଚନ୍ଦ୍ରଯାନ ୨। ମାତ୍ର ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରିୁ ୨.୧ କିଲୋମିଟର ଦୂରତାରେ ଇସ୍ରୋ ବୈଜ୍ଞାନିକଙ୍କ ସହ ଲାଣ୍ଡରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ କାଦିରଙ୍କ ପରଲୋକ

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ କାଦିରଙ୍କ ଶୁକ୍ରବାର ପରଲୋକ ଘଟିଛି। ହୃଦଘାତ ଜନିତ କାରଣରୁ ତାଙ୍କର ମୃତ୍ୟ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ତାଙ୍କ ମତ୍ୟୁ ଖବର ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି ଜଣାଇଥିଲା।

ବିଏମସିର ନୂଆ ପାର୍କିଂ ପ୍ଲାନ, ୬ ମାସରେ ଲାଗୁ ହେବ ନୂଆ ନିୟମ

ବଦଳିବ ରାଜଧାନୀ ଭୁବନେଶ୍ୱରର ପାର୍କିଂ ବ୍ୟବସ୍ଥା। ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱରରେ ଲାଗୁ ହେବାକୁ ଯାଉଛି ନୂଆ ପାର୍କିଂ ନିୟମ। ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ୍ କଡ଼ାକଡ଼ି ଭାବେ ନିୟମ ପ୍ରଣୟନ କରିବା ପରେ ବିଏମସି ତରଫରୁ ମଧ୍ୟ ନୂଆ ପାର୍କିଂ ପ୍ଲାନ୍ ପ୍ରସ୍ତୁତ କରାଯାଉଛି।

ଭାରତରେ ୧୦ କୋଟି ସ୍ମାର୍ଟଫୋନ ବିକ୍ରି କଲା Xiaomi

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଭାରତରେ ୧୦ କୋଟି ସ୍ମାର୍ଟଫୋନ ବିକ୍ରି କରିସାରିଛି। ଏନେଇ ସାଓମୀ ଇଣ୍ଡିଆ ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଜୈନ ସୂଚନା ଦେଇଛନ୍ତି।

ଗାଡ଼ିର କାଗଜପତ୍ର ଧରି ବୁଲିବାକୁ ପଡ଼ିବ ନାହିଁ, ଡାଉନ୍‌ଲୋଡ୍‌ କରନ୍ତୁ ଏହି ଆପ୍‌

ଆପଣଙ୍କୁ ଟ୍ରାଫିକ୍‌ ପୋଲିସ୍‌ ଧରିଛି କି? ଏବଂ ଗାଡ଼ିର କାଗଜପତ୍ର ମାଗୁଛନ୍ତି କି? ଯଦି ଗାଡ଼ିର କାଗଜପତ୍ର ପାଖରେ ନାହିଁ ଅଥବା ଘରେ ଛାଡ଼ି ଦେଇଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଡାଉନ୍‌ଲୋଡ୍‌ କରନ୍ତୁ ‘ଡିଜିଲକର୍‌ ଆପ୍‌’। କଟିବନି ଚାଳାଣ ଅଥବା ଧରି ବୁଲିବାକୁ ପଡ଼ିବ ନାହିଁ।

LEAVE A REPLY

Please enter your comment!
Please enter your name here