ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ପ୍ରମୁଖ ଖବର।

ମଙ୍ଗଳବାରଠୁ ବ୍ୟାଙ୍କ ସମୟ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା

ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଅବଧିରେ ହେଲା ପରିବର୍ତ୍ତନ। ମଙ୍ଗଳବାରଠୁ ବ୍ୟାଙ୍କ କାର୍ଯ୍ୟ ଦିନ ୧୦ଟାରୁ ଅପରାହ୍‌ଣ ୪ଟା ଯାଏଁ ଚାଲିବ।ଗ୍ରାହକମାନଙ୍କ  ସୁବିଧା ପାଇଁ ନୀତିଗତ ଭାବେ ଏହି ନିଷ୍ପତ୍ତି ଲାଗୁ ହେବ।

ସ୍ଵରାଜ ଓ ଏଲିନାଙ୍କ ମାୟାରେ ଦର୍ଶକ ହେବେ ବାୟା

ଏଥର ଦଶହରାରେ ଓଡ଼ିଆ ଦର୍ଶକମାନଙ୍କୁ ସିନେମା ହଲରେ ହସାଇ ହସାଇ ଗଡ଼େଇବ ଫିଲ୍ମ ‘ଦିସ୍ ଇଜ୍ ମାୟାରେ ବାୟା’। ସିଦ୍ଧାର୍ଥ ମ୍ୟୁଜିକ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଦର୍ଶକ ଭରପୂର କମେଡ଼ି ସାଙ୍ଗକୁ ମନୋରଞ୍ଜନ ପାଇପାରିବେ।

ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରୀତା ସାହୁ

ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ରୀତା ସାହୁ। ଏକ ବିଶାଳ ଶୋଭାଯାତ୍ରାରେ ଆସି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ତାଙ୍କ ସହ ବିଜେଡିର ବହୁ ବରିଷ୍ଠ ନେତାମାନେ ସାମିଲ ଥିଲେ।

ନବରାତ୍ରିର ଦ୍ୱିତୀୟ ଦିନରେ ମା’ଙ୍କ ବ୍ରହ୍ମଚାରିଣୀ ରୂପ – ଶୁଭେଚ୍ଛା ଜଣାଇଲେ ମୋଦୀ

ରବିବାରଠୁ ଆରମ୍ଭ ହୋଇଛି ପବିତ୍ର ନବରାତ୍ରି ଉତ୍ସବ। ଆଜି ନବରାତ୍ରିର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ମା’ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପରେ ଭକ୍ତମାନେ ଉପାସନା କରୁଛନ୍ତି। ସାରାଦେଶରେ ବେଶ୍‌ ଉତ୍ସାହ ଓ ଉତ୍କଣ୍ଠାର ସହ ଏହି ପର୍ବ ପାଳିତ ହେଉଛି।

ବିଜେପୁର ଉପ-ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଛେଳି ଚରାଇବା ସମୟରେ କବିତା ଲେଖନ୍ତି ଅରକ୍ଷିତ ପରିଜା, ସମ୍ବର୍ଦ୍ଧିତ କଲା ‘ଭଲ କବିତାର ଖୋଜ୍’

‘ଭଲ କବିତାର ଖୋଜ୍’ ର ୭୫ତମ ଆସର ରବିବାର ବାଲେଶ୍ୱର ରାଜାବଗିଚାସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଜଗତସିଂହପୁରରୁ ଆସିଥିବା କବି ଅରକ୍ଷିତ ପରିଜା।

ଗୋଆରେ ଯୁଦ୍ଧ ଦକ୍ଷତା ଦେଖାଇଲା ଆଇଏନଏସ୍‌ ବିକ୍ରମାଦିତ୍ୟ – ପ୍ରଂଶସା କଲେ ରାଜନାଥ ସିଂହ

ଆଇଏନ୍‌ଏସ ବିକ୍ରମାଦିତ୍ୟ ଯୁଦ୍ଧ ଜାହାଜରେ ପୂରା ଗୋଟିଏ ଦିନ କାଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ନୌସେନାର ଯୁଦ୍ଧ କୌଶଳ ଦେଖି ବେଶ୍‌ ଖୁସି ପ୍ରକାଶ କରିଛନ୍ତି ରାଜନାଥ ସିଂହ। ଜଳପଥରେ ଆକ୍ରମଣ ଉଦ୍ଦେଶ୍ୟକୁ ରୋକିବାକୁ ସତର୍କ ରହିବାକୁ ନୋସେନାକୁ ପରାମର୍ଶ ଦେଇଛନ୍ତି।

ବିଜୁ ଖୋଟେଙ୍କ ପରଲୋକ: ଯିଏ ‘ସୋଲେ’ ଫିଲ୍ମରେ କାଲିଆ ଚରିତ୍ର କରି ହୋଇଥିଲେ ଚର୍ଚ୍ଚିତ

ବଲିଉଡର ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ପରଲୋକ ଘଟିଛି। ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ରାକେଶ ସିଂହ ଭଦୌରିଆ ହେଲେ ନୂଆ ବାୟୁସେନା ମୁଖ୍ୟ

ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଧନୋଆଙ୍କ ପରେ ଏୟାର ମାର୍ଶାଲ ରାକେଶ ସିଂହ ଭଦୌରିଆ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ସୋମବାର ବାୟୁସେନା ମୁଖ୍ୟାଳୟରେ ବିଏସ୍‌ ଧନୋଆଙ୍କଠୁ ଭଦୌରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଓଡ଼ିଶାରେ ବିଦ୍ୟୁତ ସଙ୍କଟ ଦେଖାଦେବ?

ଆଗାମୀ ଦିନରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବ। ଏବେଠାରୁ ଏହି ଆଶଙ୍କା ପ୍ରକାଶ ପାଇଲାଣି। ଏନଟିପିସିର କଣିହାଁ ପ୍ଲାଣ୍ଟରେ ତିନୋଟି ୟୁନିଟ ବନ୍ଦ ହେବା ଫଳରେ ଏହି ଅବସ୍ଥା ଦେଖାଦେଇଛି।

ଭୁବନେଶ୍ଵରରେ ଖୋଲିଲା ଲର୍ଣ୍ଣିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଅଫିସ୍

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଏବେ ଗାଡ଼ି ଚାଳକଙ୍କ ଲାଇନ୍‌ ଆରଟିଓରେ ଲାଗୁଛି। ଲାଇସେନ୍ସ ପାଇଁ ଚାଳକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହେଉଛନ୍ତି। ଗହଳି ଓ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଲର୍ଣ୍ଣିଂ ଲାଇସେନ୍ସ ଦେବା ପାଇଁ ଭୁବନେଶ୍ୱରରେ ଖୋଲିଲା କ୍ୟାମ୍ପ ଅଫିସ୍‌।

Comment