ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

ଦୁର୍ଘଟଣା ହେଲା ଭାରତୀୟ ସେନାର ‘ଚିତା’ ହେଲିକପ୍ଟର, ୨ ପାଇଲଟ ସହିଦ

ଭୁଟାନରେ ଭାରତୀୟ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇଜଣ ପାଇଲଟ ସହୀଦ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣେ ଭାରତୀୟ ପାଇଲଟ ହୋଇଥିବା ବେଳେ ଅନ୍ୟ ଜଣକ ଭୁଟାନ ସେନାର ପାଇଲଟ।

ଓସିଏ ନିର୍ବାଚନ – ପଙ୍କଜ ସଭାପତି, ସଞ୍ଜୟ ସମ୍ପାଦକ

ଶେଷ ହୋଇଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ) କର୍ମକର୍ତ୍ତା ନିର୍ବାଚନ। ପଙ୍କଜଲୋଚନ ମହାନ୍ତି ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସଞ୍ଜୟ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ପଙ୍କଜ ୩୮ ଖଣ୍ଡ ଭୋଟ ପାଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ ଚୌହାନଙ୍କୁ ପରାଜିତ କରିଥିଲେ।

ଆର୍‌ଟିଓ, ଡାକ୍ତରଖାନାରେ ଚଢ଼ାଉ – ବନ୍ଧା ହେଲେ ୭୫ ଦଲାଲ୍

ଆର୍‌ଟିଓ ଏବଂ ଡାକ୍ତରଖାନାକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ସବୁଠି ତତ୍ପର ହୋଇ ଉଠିଛି। ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସ୍‌ ଏବଂ ଡାକ୍ତରଖାନାରେ ପୋଲିସ ଚଢ଼ାଉ କରିଛି।

ରିଲିଜ୍ ହେଲା ହାଉସଫୁଲ୍-୪ର ଟ୍ରେଲର, ଏଥର ହସି ହସି ବେଦମ ହେବେ ଦର୍ଶକ

ଖିଲାଡି ଷ୍ଟାର ଅକ୍ଷୟ କୁମାର ନିଜ ଟୁଇଟରରେ ଫିଲ୍ମ ‘ହାଉସଫୁଲ୍-୪’ର ପୋଷ୍ଟର ରିଲିଜ କରିବା ପରେ ଫିଲ୍ମର ଟ୍ରେଲର ଦେଖିବାକୁ ସମସ୍ତେ ଆଗ୍ରହୀ ହୋଇପଡ଼ିଛନ୍ତି। ଶୁକ୍ରବାର ଫିଲ୍ମ ‘ହାଉସଫୁଲ୍-୪’ର ଟ୍ରେଲର ରିଲିଜ୍ ହୋଇଛି।

ଅକ୍ଟୋବର ୮ରେ ସେନାରେ ସାମିଲ ହେବ ରାଫେଲ – ଚୀନ ସୀମାରେ ହେବ ନିୟୋଜିତ

ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ସରକାର ସୀମା ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହାକୁ ନଜରରେ ରଖି ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଢ଼ୁଆ ବିମାନକୁ ସୀମାରେ ନିଯୁକ୍ତ କରିବାପାଇଁ ବାୟୁସେନା ନିଷ୍ପତି ନେଇଛି।

ରାୟଗଡ଼ାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ରାୟଗଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକଠାରୁ ପର୍ଯ୍ୟଟନସ୍ଥଳୀ ଦେଇ ରାୟଗଡ଼ା ରେଳବାଇ ଷ୍ଟେସନ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା।

ଚନ୍ଦ୍ରପୃଷ୍ଠରେ ବିକ୍ରମ ଲାଣ୍ଡରର ମିଳୁନି ପତ୍ତା

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମର ପତ୍ତା ପାଉନାହିଁ ନାସା। ଲାଣ୍ଡର ବିକ୍ରମର ଲାଣ୍ଡିଙ୍ଗ ସାଇଟ ଫଟୋ ଜାରି କରି ଏହି ସୂଚନା ଦେଇଛି ନାସା। ଏହି ଫଟୋ ମାଧ୍ୟମରେ ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବା କହିଛି ନାସା। ହେଲେ ଏହି ଫଟୋରେ ଲାଣ୍ଡର ବିକ୍ରମର କୌଣସି ପତ୍ତା ମିଳିପାରି ନାହିଁ।

ଓସିଏ ସମ୍ପାଦକ ହେଲେ ସଞ୍ଜୟ ବେହେରା

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସଞ୍ଜୟ ବେହେରା। ସଞ୍ଜୟ ୪୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକ ୨୫ ଖଣ୍ଡ ଭୋଟ ପାଇଥିଲେ।

ବଲାଙ୍ଗିର: କମେଣ୍ଟରୁ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ

ଗୁରୁତର ଅବସ୍ଥାରେ ବଲାଙ୍ଗିର ମ.ରାମପୁର ବସଷ୍ଟାଣ୍ଡରୁ ଉଦ୍ଧାର ହୋଇଥିବା ଛାତ୍ରୀ ଜଣକର ଆଜି ମୃତ୍ୟୁ ହୋଇଛି। ଜଣେ ଯୁବକ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା – ପୀଡ଼ିତାଙ୍କର ଚାଞ୍ଚଲ୍ୟକର ବୟାନ

ଜୁନାଗଡ଼ ଗଣଦୁଷ୍କର୍ମକୁ ନେଇ ଶୁକ୍ରବାର ନିଜେ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କୁ ସେହିଦିନ ପ୍ରଥମେ ଲିଫ୍ଟ ଦେଇଥିବା ଯୁବକ ଲଳିନ୍ଦ୍ର ଶବର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି।

ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ସେ ଭୁବନେଶ୍ୱରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ପୋଲିସ୍ ଡିଜି ଉପସ୍ଥିତ ରହିଥିଲେ।

ନାଚି ନାଚି ଫାଙ୍କା ଗୁଳିଚାଳନା କଲେ ସୁରକ୍ଷାକର୍ମୀ, ଭାଇରାଲ ହେଲା ଭିଡିଓ

ମଉଜ ମଉଜରେ ଫାଙ୍କା ଗୁଳିଚାଳନା କଲେ ୩ ଜଣ ସୁରକ୍ଷାକର୍ମୀ। ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଷ୍ଟେଜ ପୋଗ୍ରାମରେ ନାଚିବା ବେଳେ ବ୍ଲାଙ୍କ ପାୟରିଂ କରାଯାଇଛି। ତେବେ ଏହା ପୁରୀ ଜିଲ୍ଲା ବାଲିସାହି ତେଲି ପଡିଆର ବୋଲି ଜଣାପଡ଼ିଛି। ହେଲେ ଏହି ଘଟଣା କେବେ ଘଟିଥିଲା ତାହା ଜଣାପଡ଼ିନାହିଁ।

କରଞ୍ଜିଆ ହାତିବାରୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

କରଞ୍ଜିଆ ଥାନା ହାତିବାରୀ ସେବାଶ୍ରମରେ ଘଟିଛି ଅଘଟଣ। ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ସିନଗା ସୟଙ୍କ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି।

Comment