ଓଡ଼ିଶାଲାଇଭ ବ୍ୟୁରୋ

ମଉଜ ମଉଜରେ ଫାଙ୍କା ଗୁଳିଚାଳନା କଲେ ୩ ଜଣ ସୁରକ୍ଷାକର୍ମୀ। ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ଷ୍ଟେଜ ପୋଗ୍ରାମରେ ନାଚିବା ବେଳେ ବ୍ଲାଙ୍କ ପାୟରିଂ କରାଯାଇଛି। ତେବେ ଏହା ପୁରୀ ଜିଲ୍ଲା ବାଲିସାହି ତେଲି ପଡିଆର ବୋଲି ଜଣାପଡ଼ିଛି। ହେଲେ ଏହି ଘଟଣା କେବେ ଘଟିଥିଲା ତାହା ଜଣାପଡ଼ିନାହିଁ।

ତେବେ ଏହି ଭିଡିଓରେ ପୁରୀର ଜଣେ ଯୁବ ବ୍ୟବସାୟୀ ନାରାୟଣ ସାହୁ ଡ୍ୟାନ୍ସ କରୁଥିବାର ଦେଖାଯାଇଛି। ତାଙ୍କ ସହ ଥିବା ୩ଜଣ ସୁରକ୍ଷାକର୍ମୀମାନେ ଫାଙ୍କା ଗୁଳିଚାଳନା କରୁଥିବାର ଭିଡିଓ ଭାଇରାଲ ହେବାର ଲାଗିଛି।

ଏହି ଘଟଣାରେ ପୁରୀ ଏସପି ଉମାଶଙ୍କର ଦାସ କହିଛନ୍ତି, “ଏକ ଷ୍ଟେଜ ପୋଗ୍ରାମରେ ୩ ଜଣ ସୁରକ୍ଷା କର୍ମୀ ନାଚିବା ବେଳେ ଫାଙ୍କା ଗୁଳିଚାଳନା କରିଥିଲେ। ତେବେ ଏହି ଘଟଣା କେବେ ହୋଇଥିଲା। କେଉଁଠି ହୋଇଥିଲା। ଏହା ଅସଲି କି ନକଲି ବନ୍ଧୁକ ତାହା ତଦନ୍ତ ପରେ ଜଣାପଡ଼ିବ। ”

Comment