ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆସେସ ଟେଷ୍ଟ – ୩୬୫ ରନରେ ଆଷ୍ଟ୍ରେଲିଆ ଆଗୁଆ

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ଟିକିଆ ଆସେସ ଟେଷ୍ଟର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆ ୩୬୫ ରନରେ ଆଗୁଆ ରହିଛି। ସେହିପରି ଇଂଲଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ୩୬୫ରନ ଆବଶ୍ୟକ ରହିଛି। ଦ୍ଵିତୀୟ ଇଂନିସ ଆରମ୍ଭରେ ଇଂଲଣ୍ଡ ୭ଓଭରରେ ୨ ଓ୍ଵିକେଟ ହରାଇ ୧୮ ରନ କରିଛି।

ମାସକ ପାଇଁ ପ୍ରଦୂଷଣ ଯାଞ୍ଚ କୋହଳ

ପଲ୍ୟୁସନ୍‌ ଚେକିଂ ବା ପ୍ରଦୂଷଣ ଚେକିଂ ନିୟମକୁ ମାସେ ପାଇଁ କୋହଳ କଲେ ସରକାର। ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଗାଡ଼ି ଚାଳକଙ୍କୁ ଫାଇନ୍‌ ଗଣିବାକୁ ପଡ଼ିବ ନାହିଁ। ଏନେଇ ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ବିଚାରହୀନ ଉଚ୍ଛେଦ କାହିଁକି?

ଯାହା ହେଉ ଶେଷକୁ ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଯେଉଁ ଆଖିବୁଜା ଭଙ୍ଗାରୁଜା କରି ସଫେଇ ଚାଲିଥିଲା ସେଥିରେ କିଛିଟା ରୋକ ଲାଗିଛି। ସ୍ଥାନୀୟ ବିାଜପି ବିଧାୟକଙ୍କ ନେତୃତ୍ଵରେ ଏକ ପନ୍ଦର ଜଣିଆ ସର୍ବ-ଦଳୀୟ ପ୍ରତିନିଧିମଣ୍ଡଳୀ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ସର୍ବୋପରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ମଠ ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଜନତାଙ୍କ ଠାରୁ କୌଣସି ବିରୋଧ କରାଯାଉ ନଥିବା ଲକ୍ଷ୍ୟ କରି ମଠ ମହନ୍ତ ଓ ସାଧୁ-ସନ୍ଥମାନେ ସରକାରଙ୍କ ଏଭଳି ମନମୁଖୀ ପଦକ୍ଷେପର ବିରୋଧ କରିବାକୁ ଏକାଠି ହୋଇଛନ୍ତି।

ଡିରୋକ୍ଟରେଟ ଅଫ ନର୍ସିଂ ତରଫରୁ ଏଏନଏମ, ଜିଏନଏମ ଓ ବେସିକ ସାଇନ୍ସରେ ଆବେଦନ ପାଇଁ ବିଜ୍ଞପ୍ତି

୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଡିରେକ୍ଟରେଟ ଅଫ ନର୍ସିଂ ତରଫରୁ ବିଭିନ୍ନ କୋର୍ସରେ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ଏଏନଏମ, ଜିଏନଏମ ଓ ବେସିକ ସାଇନ୍ସ କୋର୍ସ ପାଇଁ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ସମୟ ସୀମା ୧୦.୦୯.୨୦୧୯ ରୁ ୨୫.୦୯.୨୦୧୯ ପର୍ଯ୍ୟନ୍ତ ରହିଛି।

ଫ୍ଲିପକାର୍ଟରେ ବିକ୍ରି ହେବ ଭାରତର ପ୍ରଥମ ୬୪ ମେଗାପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ

ଆସନ୍ତା ସେପ୍ଟେମ୍ବର ୧୩ରେ ଭାରତରେ ଲଞ୍ଚ ହେବ ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ରିୟଲମି ଏକ୍ସଟି’। ଏହି ସ୍ମାର୍ଟଫୋନର ଖାସ କଥା ହେଉଛି, ଏଥିରେ ୬୪ ମେଗାପିକ୍ସେଲର କ୍ୟାମେରା ରହିଛି। ରିୟଲମି କମ୍ପାନି ପକ୍ଷରୁ ଏହା ହେଉଛି ଭାରତର ପ୍ରଥମ ୬୪ ମେଗାପିକ୍ସେଲ କ୍ୟାମେରା ସ୍ମାର୍ଟଫୋନ।

ପିଅନ୍ତୁ ନାହିଁ ସଫ୍ଟ ଡ୍ରିଙ୍କ୍, ହୋଇପାରେ ଏହି ରୋଗ

ଆଜିକାଲିର ଯୁବପିଢ଼ି କୋଲ୍ଡ ଡ୍ରିଙ୍କ୍ ଓ ସଫ୍ଟ ଡ୍ରିଙ୍କ୍ ପିଇବାକୁ ବହୁତ ଆଗ୍ରହୀ। କିନ୍ତୁ ୨ ଗ୍ଲାସରୁ ଅଧିକ କୋଲ୍ଡ ଡ୍ରିଙ୍କ୍ ବା ସଫ୍ଟ ଡ୍ରିଙ୍କ୍ ପିଇବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ାଇଥାଏ। ଏଥିରେ ଥିବା ହାନିକାରକ କ୍ୟାମିକାଲ ହୃତପିଣ୍ଡ ଜନିତ ରୋଗ, ଷ୍ଟ୍ରୋକ୍ ଓ ପାଚନ ସମ୍ବନ୍ଧୀୟ ରୋଗ କାରଣ ହୋଇପାରେ।

ପ୍ରଥମ ଦିନରେ ବନ୍ଧାହେଲେ ୩୮ ମଦୁଆ ଡ୍ରାଇଭର

ସାବାଡ଼ ହେଲେ ମଦୁଆ ଡ୍ରାଇଭର। ନୂଆ ଟ୍ରାଫିକ ଆଇନ ଅନୁଯାୟୀ ଶୁକ୍ରବାରଠାରୁ ରାଜ୍ୟର ସମସ୍ତ ଟୋଲଗେଟ୍‌ରେ ମଦ୍ୟପ ଡ୍ରାଇଭରଙ୍କ ଯାଞ୍ଚ କଡ଼ାକଡ଼ି କରାଯାଇଛି। ନିୟମ ଲାଗୁ ହେବାର ପ୍ରଥମ ଦିନରେ ଓଡ଼ିଶାର ବିଭିନ୍ନ ଟୋଲଗେଟ୍‌ରୁ ୩୮ ଜଣ ମଦୁଆ ଡାଇଭରଙ୍କୁ ପୋଲିସ ଗିରଫ କରିଛି।

ସେପ୍ଟେମ୍ବର ୨୭ରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ ନିର୍ବାଚନ

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ନିର୍ବାଚନ ହେବ। ବିଭିନ୍ନ ପଦପଦବୀ ନଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଓସିଏ ରାଜି ହେଉନଥିଲା। ତେବେ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ୨୭ରେ ନିର୍ବାଚନ କରିବା ଲାଗି ଓସିଏ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comment