ଓଡ଼ିଶାଲାଇଭ୍ ବ୍ୟୁରୋ

୧୧ ବର୍ଷ ତଳର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି କାଳିଆ ମାନା ଓରଫ୍ ନବ।

ଜଗତ୍‌ସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଏହି ନୃଶଂସ କାଣ୍ଡ ୨୦୦୮ରେ ଘଟିଥିଲା। ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ତାକୁ ଉଠାଇ ନେଇଥିଲା ଅଭିଯୁକ୍ତ। ଗାଁ ପାଖ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିବା ସହ ପ୍ରମାଣ ନଷ୍ଟ ପାଇଁ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲା।

ମୃତଦେହ ଉପରେ ଡାଳପତ୍ର ପକାଇ ଦେଇ ଗାଁରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା।

ନାବାଳିକା ଦୁଷ୍କର୍ମ ପରେ ହତ୍ୟା ମାମଲା ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କାଳିଆ କଟକ ବାଦାମବାଡ଼ିରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Comment