ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟା ବାଘ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁକ ଚଳନା ପ୍ରତିଯୋଗିତାରେ ଭାଗ ନେବେ। ପ୍ରିୟା ରାଜ୍ୟ ସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ସଫଳତା ହାସଲ କରି ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ମନୋନିତ ହୋଇଥିବାରୁ ଜୟପୁରରେ ଖୁସିର ଲହରୀ ଖେଳି ଯାଇଛି।

ପିଙ୍କି ବାଘ, ପ୍ରୟା ବାଘ, ଭୁବନେଶ୍ୱରି ବାରିକ, କିର୍ତ୍ତୀ ନାୟକ ଗତ ଜୁଲାଇ ମାସରେ ରାୟଗଡାରେ ଅନୁଷ୍ଠିତ ହୋଇଥିବା ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ପିଙ୍କି ବାଘ, ପ୍ରିୟା ବାଘ ଓ ଭୁବନେଶ୍ୱରି ବାରିକ ସଫଳତା ହସଲ ପାଇ ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ୱରଠାରେ ହୋଇଥିବା ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେଇଥିଲେ।

ଭୁବନେଶ୍ୱରରେ ପ୍ରିୟା ବାଘ ବନ୍ଧୁକ ଚାଳନାରେ ସଫଳତା ହାସଲ କରିଛନ୍ତି। ନୁଆଦିଲ୍ଲୀଠାରେ ଆସନ୍ତା ୧୬ ତାରିଖରୁ ହେବାକୁ ଥିବା ପ୍ରତିଯୋଗିତାରେ ପ୍ରିୟା ଭାଗ ନେବେ। ବିଦ୍ୟାଳୟର ଏନସିସି ଶିକ୍ଷୟତ୍ରୀ ଏନ.ବି ଭାଷ୍କରଆମ୍ମା ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁବାଳା ମୁନିଙ୍କ ସହଯୋଗ ଯୋଗୁଁ ଜୟପୁରର ପ୍ରିୟା ନୂଆଦିଲ୍ଲୀ ଯିବା ସମ୍ଭବ ହୋଇଛି।

Comment