ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଆସନ୍ତା ୨୭ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି।

ଶନିବାର ଆପତ୍ତି, ଅଭିଯୋଗ ଶୁଣାଣି ରହିଥିବା ବେଳେ ୧୫ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ଅନ୍ୟପକ୍ଷରେ ଭୋଟର ତାଲିକା ଘୋଷଣା ପରେ ନିର୍ବାଚନୀ ସମୀକରଣ ବନଳିଯାଇଛି। କେଉଁ ଗୋଷ୍ଠୀକୁ କେତେ ଭୋଟ୍ ଯିବ ଏବଂ କିଏ କାହା ପକ୍ଷରେ ରହିବ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା।

ତାଲିକା ଉପରେ ନଜର ପକାଇଲେ କିଛି ନିର୍ଦ୍ଦିଷ୍ଟ ନାଁକୁ ନେଇ ଚର୍ଚ୍ଚା ଚାଲିଛି। କାରଣ ଏମାନେ ପଦବୀ ଦୌଡରେ ରହିଛନ୍ତି। ସେହିପରି ଆଉ କିଛି ୟୁନିଟରୁ ଆସିଥିବା ନାଁ ଆଶ୍ଚର୍ଯ୍ୟ କରିଛି। ମୋଟାମୋଟି ଭାବେ ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିବା କୁହାଯାଉଛି।

ଯଦି ତାଲିକାକୁ ଦେଖାଯାଏ ତେବେ ସୋନପୁରରୁ ପ୍ରଶାନ୍ତ ନାୟକ, ନୟାଗଡରୁ ସଂଗ୍ରାମ କେଶରୀ ଗୁମାନସିଂହ, କଳାହାଣ୍ଡିରୁ ଜଗମୋହନ ନାୟକ, ଗଜପତିରୁ ଦେବାଶିଷ ପାଢୀ, ଢେଙ୍କାନାଳରୁ ନିଳିନୀ କୁମାର ଦାସ, ମାଲକାନାଗିରିରୁ ସତବୀର ସିଂ, ନବରଙ୍ଗପୁରରୁ ପ୍ରହଲ୍ଲାଦ ତ୍ରିପାଠୀ, ଖୋର୍ଦ୍ଧାରୁ ବିକାଶ ପ୍ରଧାନ, ଓଜିପିରୁ ବିରେନ୍ଦ୍ର କୁମାର ବେହେରା, ଦେବଗଡରୁ ସୁଜିତ କୁମାର ପ୍ରଧାନ, ବଲାଙ୍ଗୀରରୁ ହରିନାରାୟଣ ପୂଜାରୀ, ଗଞ୍ଜାମରୁ ଅଶୋକ କୁମାର ସାହୁ, ଖ୍ରୀଷ୍ଟ କଲେଜିଏଟରୁ ପ୍ରଫୁଲ୍ଲ କୁମାର ସାହୁ, କଳାହାଣ୍ଡିରୁ ଶିବପ୍ରସାଦ ତ୍ରିପାଠୀ, ମୟୂରଭଞ୍ଜରୁ କିଶୋର କୁମାର ବିଶ୍ୱାଳ, ରାୟଗଡାରୁ ଡକ୍ଟର ନିରଞ୍ଜନ ପ୍ରସାଦ ବକ୍ସିପାତ୍ର, ସହିଦ ସ୍ପୋର୍ଟିଂ କ୍ଲବରୁ ସନ୍ତୋଷ କୁମାର ଦାସଙ୍କ ନାଁ ଆସିଛି।

ସେହିପରି କେନ୍ଦୁଝରରୁ ଜନାର୍ଦ୍ଦନ ଦାଶ, ରେଲୱେ ସେଟେଲମେଣ୍ଟ୍ ହାଇସ୍କୁଲରୁ ମାଲେଶ୍ୱରୀ ଦେବୀ, ସୁନ୍ଦରଗଡରୁ ପ୍ରଭାତ କୁମାର ଭୋଳ, ଯୋବ୍ରା ଏମ୍ପିଏଲ୍ ସରକାରୀ ସ୍କୁଲରୁ ରବୀନ୍ଦ୍ର କୁମାର ପ୍ରଧାନ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନ, ଏସ୍‌ସିବି ମେଡିକାଲ କଲେଜରୁ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ନୂଆପଡାରୁ ସରୋଜ କୁମାର ସାହୁ, ବୌଦ୍ଧରୁ ପଙ୍କଜ ଲୋଚନ ମହାନ୍ତି, ସୟଦ ସେମିନାରୀରୁ ୟାବିଦା ବେଗମ୍, ପୁରୀରୁ ରବିଶଙ୍କର ପ୍ରତିହାରୀ, ଜୟଦୁର୍ଗାରୁ ଅସିତ ପଟ୍ଟନାୟକ, ଝାରସୁଗୁଡାରୁ ମେହତାବ ଖାନ୍, ଭଦ୍ରକରୁ ଧିରେନ ପଲେଇ, ଏଲ୍ଆଇସି ସ୍ପୋର୍ଟସ କ୍ଲବରୁ ଅଶୋକ କୁମାର ଦାଶ, ପିଏମ୍ ଏକାଡେ଼ମୀରୁ ଧିରେନ୍ଦ୍ର ନାଥ ନାୟକ, କେନ୍ଦ୍ରାପଡ଼ାରୁରୁ ଶୁଭାଶିଷ ସେନାପତି, ବୋର୍ଡ ସ୍କୁଲରୁ ଦିଲିପ କୁମାର ବେହେରା, ଖ୍ରୀଷ୍ଟ କଲେଜରୁ ସିଦ୍ଧାର୍ଥ କୁମାର ସାହୁ, ମଙ୍ଗଳା କ୍ଲବରୁ ନବରଞ୍ଜନ ପଟ୍ଟନାୟକ, ବାରବାଟୀ କଲ୍‌ଚରାଲ କ୍ଲବରୁ ପ୍ରତାପ ଶତପଥୀ, ଭୁବନେଶ୍ୱରରୁ ଡକ୍ଟର ଏସ୍.ଆର୍.ପରିଜା, ଦେବଗଡରୁ ରବିନାରାୟଣ ପଣ୍ଡା, ଷ୍ଟିୱାର୍ଟ ସ୍କୁଲରୁ ଏଫ୍.ସି.ନର୍ଥ, ବିଶ୍ୱଭାରତୀରୁ ସୁଶାନ୍ତ କୁମାର ମହାନ୍ତି, କିଶୋର କ୍ଲବରୁ ନୃସିଂହ ଚରଣ ଚୌଧୁରୀ, ସନରାଇଜରୁ ତଡିତ କୁମାର ରାଉତ, ଜଗତପୁର ଆଥଲେଟିକ୍‌ ଆସୋସିଏସନରୁ ଗଣେଶ ପ୍ରସାଦ ସିଂ, ରୟାଲ୍ କ୍ଲବରୁ ବଙ୍କିମ୍ ଚରଣ ଦାସ, ଟାଉନ୍ କ୍ଲବରୁ କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ଡକ୍ଟର ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ନିର୍ବାଚନରେ ଭୋଟର ଭୂମିକା ନିର୍ବାହ କରିବେ।

ଅନୁଗୁଳରୁ ଅକ୍ଷୟ କୁମାର ସାମନ୍ତ, ରାଇଜିଂଷ୍ଟୁଡେଣ୍ଟରୁ ଆଶୀର୍ବାଦ ବେହେରା, କ୍ୟାମ୍ବ୍ରିଜ୍ ସ୍କୁଲରୁ ଗୌତମ ଗତପତି, ରାଣୀହାଟରୁ ପୃଥ୍ୱୀରାଜ ରାଉତ, ଜଗତସିଂହପୁରରୁ ଅନିଲ କୁମାର ବିଶ୍ୱାଳ, ରାଇଜିଂଷ୍ଟାର କ୍ଲବରୁ ବିଜୟ କୁମାର ଦାସ, ଜୁଭେନାଇଲ୍ କ୍ଲବରୁ ନିର୍ବାଣ ରୟ, ସନରାଇଜ କ୍ଲବରୁ ସଞ୍ଜୀବ ଦତ୍ତ, ବୋଷରୁ ଅରୁଣ କୁମାର ମହାପାତ୍ର, ରେଭେନ୍ସା କଲେଜିଏଟ୍ ସ୍କୁଲରୁ ଅନୁସ୍ମିତା ସ୍ୱାଇଁ, ରୋଭର୍ସ ଆଥଲେଟିକ୍ କ୍ଲବରୁ ଶ୍ରଦ୍ଧାନନ୍ଦ ଦାସ, ଯାଜପୁରରୁ ଜ୍ଞାନଚାନ୍ଦ ଦାସ, କଟକରୁ ସଞ୍ଜୟ ବେହେରା, ଆମେଚର କ୍ରିକେଟ କ୍ଲବରୁ ସୌଭାଗ୍ୟ କୁମାର ମହାପାତ୍ରଙ୍କ ନାଁ ରହିଛିା

ଏହାବାଦ୍‌ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଅଞ୍ଜନ କୁମାର ଖୁଣ୍ଟିଆ, କିଟ୍‌ରୁ ଡକ୍ଟର ଗଗନେନ୍ଦୁ ଦାଶ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ଆର୍.ଏନ୍.ପାଢୀ, ଇଷ୍ଟକୋଷ୍ଟ ରେଲୱେରୁ ବିଜୟ କୁମାର ମିଶ୍ରଙ୍କ ନାଁ ଆସିଛି।

ତିନିଜଣ ଅନ୍ତର୍ଜାତୀୟ କ୍ରିକେଟର ଶିବସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି ମଧ୍ୟ ତାଲିକାଭୁକ୍ତ ହୋଇଛନ୍ତି।

Comment