ଓଡ଼ିଶାଲାଇଭ ବ୍ୟୁରୋ

ରାୟଗଡ଼ା ପୋଲିସ ସହ ଭିଡିଓ କନଫରେନ୍ସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ନିକଟତର ହେବା ପାଇଁ ଆଜି ବିଭିନ୍ନ ଥାନାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ରାୟଗଡା ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର କିପରି କାର୍ଯ୍ୟକାରୀ ହେବ ତାକୁ ନେଇ ପୋଲିସ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଥାନାକୁ ସହାୟତା ପାଇଁ ସାଧାରଣ ଲୋକ ଆସିଲେ କିପରି ବ୍ୟବହାର କରାଯିବ ଏବଂ ସେମାନଙ୍କ ସମସ୍ୟାକୁ କିପରି ସମାଧାନ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ କହିଥିଲେ।

ଏହି ଭିଡିଓକନଫରେନ୍ସ ରେ ରାୟଗଡା ଏସପି ଶର୍ବଣା ବିବେକ୍.ଏମ୍ ଓ ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ଥାନାର ଥାନା ଅଧିକାରୀ ମାନେ ଯୋଗ ଦେଇଥିଲେ।

Comment