ଓଡ଼ିଶାଲାଇଭ ବ୍ୟୁରୋ

ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ଦୁଇ ଯୁବକ ମିଶି ତିଆରି କରିଛନ୍ତି ଇକୋଫ୍ରେଣ୍ଡଲି ପେନ୍। ଭୁବନେଶ୍ଵରର ଏହି ଦୁଇ ଛାତ୍ର ହେଲେ ପ୍ରେମ୍ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ରଜା। ଦୁଇଟି କାମ ପାଇଁ ଏହି ଇକୋଫ୍ରେଣ୍ଡଲୀ ପେନ୍‌ର ବ୍ୟବହାର କରାଯାଇପାରିବ।

ଖବରକାଗଜ, ପରିବା ଓ ଫୁଲ-ଫଳର ମଞ୍ଜିକୁ ବ୍ୟବହାର କରାଯାଇ ତିଆରି ହୋଇଛି ଏହି ଇକୋଫ୍ରେଣ୍ଡଲି ପେନ୍। ଏଥିରେ ପ୍ଲାଷ୍ଟିକ୍ ରିଫିଲ୍ ହିଁ ବ୍ୟବହାର କରାଯାଇଛି। କିନ୍ତୁ ଖୁବ୍ ଶ୍ରୀଘ୍ର ପ୍ଲାଷ୍ଟିକ ରିଫିଲ୍ ବଦଳରେ ଇକୋଫ୍ରେଣ୍ଡଲି ରିଫିଲ୍ ତିଆରି କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଏହି ଦୁଇ ଯୁବକ।

ଏହି ପେନ୍‌ଟିକୁ ଲେଖାଲେଖିରେ ବ୍ୟବହାର କରାଯାଇପାରିବ। ପେନଟିର ରିଫିଲ ସରିବା ପରେ ଏହାକୁ ମାଟିରେ ପୋତି ଦେଲେ ଯେଉଁ ଚାରା ଅଛି ସେଇ ଗଛ ହୋଇଯିବ।

“ଲିଖନା” ନାମରେ ଏକ ସଂସ୍ଥା ଗଢ଼ି ଏହି ଇକୋଫ୍ରେଣ୍ଡଲି ପେନକୁ ବିକ୍ରି କରାଯାଉଛି। ଏହାର ଦୁଇ ପ୍ରକାର ଡିଜାଇନ୍ ଅଛି। ମାତ୍ର ୫ ରୁ ୭ଟଙ୍କାରେ କିଣିପାରିବେ ଏହି ଇକୋଫ୍ରେଣ୍ଡଲୀ ପେନ୍।

କେବଳ ଭାରତ ନୁହେଁ ଜର୍ମାନୀ ଓ ଅଷ୍ଟ୍ରେଲିଆରେ ମଧ୍ୟ ଏହି ପେନ୍ ଏକ୍ସପୋର୍ଟ ହେଉଛି। ସେଠାକାର ଲୋକ ଏହାକୁ ବହୁତ ପସନ୍ଦ ବି କରୁଛନ୍ତି। ସବୁଠି ଏହି ପେନ୍‌ର ବିକ୍ରି ହେଉଛି ବୋଲି ପେନ୍ ତିଆରି କରିଥିବା ପ୍ରେମ୍ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ରଜା କହିଛନ୍ତି।

Comment