ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମ ପରେ ପୁଣି ସାମ୍ନାକୁ ଆସିଲା ଆଉ ଏକ ବଡ଼ ଫାଇନ। ଏଥର କୋଉ ଟ୍ରକ କି ଅଟୋ ନୁହେଁ ଫାଇନ ଲାଗିଛି ସ୍କୁଟିରେ। ଗାଡ଼ିର ରେଜିଷ୍ଟ୍ରେସନ ନମ୍ଵର ନଥିବାରୁ ୧ଲକ୍ଷ ଟଙ୍କା ଫାଇନ କରିଛି କଟକ ଆରଟିଓ।

ବାରଙ୍ଗ ନିକଟରେ ଚେକିଂ ହେଉଥିବା ବେଳେ ସ୍କୁଟିକୁ ଫାଇନ କରାଯାଇଛି। ବିନା ନମ୍ଵର ପ୍ଲେଟ ଓ ରେଜିଷ୍ଟ୍ରେସନ ନମ୍ଵର ନଥିବାରୁ ଏହି ଫାଇନ କାଟିଛି କଟକ ଆଞ୍ଚଳିକ ପରିବହନ ବିଭାଗ।

ଅଗଷ୍ଟ ୨୮ ତାରିଖରେ ଭୁବନେଶ୍ଵରସ୍ଥିତ ଖିମଜି ସୋରୁମରୁ କବିତା ପଣ୍ଡା ନାମକ ଜଣେ ଯୁବତୀ ସ୍କୁଟି କିଣିଥିଲେ। ତେବେ ସୋରୁମ ତାଙ୍କୁ ବିନା ରେଜିଷ୍ଟ୍ରେସନ ନମ୍ଵରରେ ଗାଡ଼ି ଦେଇଛନ୍ତି ବୋଲି ସେ କହିତିଲେ। ଏନେଇ ଆରଟିଓ ସୋରୁମକୁ ମଧ୍ୟ ନୋଟିସ କରିଛି।

ତେବେ ସଙ୍ଗେସଙ୍ଗେ ଫାଇନ ନମିଳିବାରୁ ଆରଟିଓ ଗାଡ଼ିଟିକୁ ଜବତ କରିଛି।

Comment