ଓଡ଼ିଶାଲାଇଭ ବ୍ୟୁରୋ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆ ବିମାନ। ଏୟାର ଇଣ୍ଡିଆ ବିମାନ ଏଏଲ-୬୬୯ ଭୁବନେଶ୍ଵରରୁ ମୁମ୍ଵାଇ ଯାଇଥିଲା। ତେବେ ଏହା ଅବତରଣ ବେଳେ ରନଓ୍ଵେରେ ଭୁଲ ଅବତରଣ କରିଥିଲା। ହେଲେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ଏୟାର ଇଣ୍ଡିଆ ବିମାନ ଏଏଲ-୬୬୯ ଭୁବନେଶ୍ଵରରୁ ୧୫୨ ଜଣ ଯାତ୍ରୀଙ୍କୁ ନେଇ ମୁମ୍ଵାଇ ଯାଇଥିଲା। ତେବେ ମୁମ୍ଵାଇରେ ପାଇଲଟଙ୍କ ତ୍ରୁଟି ଯୋଗୁଁ ଏହା ଭୁଲ ଅବତରଣ କରିଥିଲା। ଏନେଇ ପାଇଲଟଙ୍କୁ କାର୍ଯ୍ୟରୁ ନିଲମ୍ଵିତ କରାଯାଇଛି।

Comment