ଓଡ଼ିଶାଲାଇଭ ବ୍ୟୁରୋ

ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ଏଣିକି ବିମାନ ରାତି ୯ଟାରେ କୁଆଲା ଲମ୍‌ପୁରରୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବ। ପୁଣି ୯ଟା ୩୦ ମିନିଟରେ ବିମାନ ଭୁବନେଶ୍ଵରରୁ ବାହାରି କୁଆଲା ଲମ୍‌ପୁରକୁ ଯିବ।

ପୂର୍ବରୁ ଏହି ବିମାନ ରାତି ୧୧ଟା ୨୫ରେ ଭୁବନେଶ୍ଵରରେ ପହଞ୍ଚୁଥିଲା। ତେବେ ରନଓ୍ଵେ ମରାମତି କାର୍ଯ୍ୟ ପାଇଁ ରାତିରେ ଏୟାରପୋର୍ଟ ବନ୍ଦ ରହିବ। ଏହି ବିମାନ ପରିବର୍ତ୍ତନ ନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Comment