ଓଡ଼ିଶାଲାଇଭ ବ୍ୟୁରୋ

୫ ବର୍ଷ ପରେ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ। ଘଟଣାଟି ଫୁଲବାଣୀ ଅଞ୍ଚଳରେ ଘଟିଛି। ଜିଲ୍ଲା ସ୍ଵତନ୍ତ୍ର ପୋସ୍କୋ କୋର୍ଟ ଅଭିଯୁକ୍ତ ଦାଶରଥୀ ସେଠୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନ କରିଛନ୍ତି।

୨୦୧୫ରେ ଖଜୁରୀପଡ଼ା ଅଞ୍ଚଳରେ ଏକ ଛାତ୍ରୀ ସ୍କୁଲ ଯାଉଥିଲା। ନିଛାଟିଆର ସୁଯୋଗ ନେଇ ଛାତ୍ରୀକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ ଦାଶରଥୀ ଓ ତାଙ୍କର ଜଣେ ସହଯୋଗୀ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦାଶରଥୀଙ୍କ ସହଯୋଗୀ ଫେରାର ରହିଛନ୍ତି।

ତେବେ ଏହି ଘଟଣା ରାୟ ଶୁଣାଇ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Comment