ଓଡ଼ିଶାଲାଇଭ ବ୍ୟୁରୋ

ପୋଲିସ ହେପାଜତରୁ ଯୁବକ ହେଲେ ନିଖୋଜ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଥାନାରେ। ଯୁବକ ନିଖୋଜ ହେବାପରେ ପରିବାର ଲୋକ ଥାନା ଘେରାଉ କରିଛନ୍ତି। ଏଥିପାଇଁ ଥାନାରେ ତ୍ରିବ୍ର ଉତ୍ତେଜନ ସୃଷ୍ଟି ହୋଇଛି।

ଯୁବକ ଜଣକ ହେଉଛନ୍ତି ଅରଡ଼ି ଗାଁର ଶୁସାନ୍ତ ବେହେରା। ଶୁସାନ୍ତଙ୍କୁ ଚୋରା ମଦ କାରବାରରେ ପୋଲିସ ଗିରଫ କରିଥିଲା। ତେବେ ଯୁବକ ଜଣକ ବର୍ତ୍ତମାନ ପୋଲିସ ହେପାଜତରୁ ନିଖୋଜ ଥିବା ଖବର ପାଇ ପରିବାର ଲୋକ ଥାନା ଘେରାଉ କରିଛନ୍ତି।

ତେବେ ଶୁସାନ୍ତକୁ ପୋଲିସ ପିଟିପିଟି ମାରି ଦେଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶୁସାନ୍ତ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନା ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

Comment