ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକାରେ ପୁଣି ଗୁଳିକାଣ୍ଡ। ଓ୍ୱାଶିଂଟନ ଡିସି ରାସ୍ତାରେ ଗୁରୁବାର ରାତିରେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନେକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଗୁଳିକାଣ୍ଡ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିବାସ ହ୍ୱାଇଟ ହାଉସ୍‌ ନିକଟବର୍ତ୍ତୀ ସ୍ଥାନରେ ହୋଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଘଟଣାସ୍ଥଳରୁ ହ୍ୱାଇଟ ହାଉସ୍ ମାତ୍ର ୩ କିଲୋମିଟର ଦୂରରେ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

ଆମେରିକାରେ ଏମିତି ଘଟଣା ବାରମ୍ବାର ଘଟୁଛି। ନିକଟରେ ଆମେରିକାର ଟେକ୍ସାସ ରାଜ୍ୟ ଏଲ ପାସୋରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୨୦ଜଣଙ୍କର ମୃତ୍ୟୁ ଘଟିଥିଲା।

Comment