ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ମିନା ହିକ୍‌କାଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ରାୟଗଡ଼ା ପୋକ୍ସୋ କୋର୍ଟ। ଏଥିସହ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଦେଇ ନପାରିଲେ ଆଉ ୩ ମାସ ଜେଲ୍‌ରେ ରହିବେ ଅଭିଯୁକ୍ତ।

ଗତ ୨୦୧୭ ମସିହାରେ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୁମୁଟିମୁଣ୍ଡା ଗ୍ରାମରେ ଜଣେ ୧୬ ବର୍ଷର ନାବାଳିକାକୁ ଅଭିଯୁକ୍ତ ମିନା ହିକକା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କଲ୍ୟାଣସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମିନା ହିକ୍‌କା ଜାମିନରେ ଆସିଥିଲା। ଆଜି ରାୟଗଡ଼ା ପୋକ୍ସୋ କୋର୍ଟ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Comment