ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ପ୍ରତି ଘରେ ଘରେ ଏସି ଲାଗୁଛି। ଲୋକମାନେ ଏବେ ଏସିରେ ରହିବାକୁ ବେଶୀ ପସନ୍ଦ କରୁଛନ୍ତି। ଘରଠୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ ସବୁଠି ଏସି ଲାଗୁଛି।

ତେବେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ବେଶୀସମୟ ଏସିରେ ବସି ପାରନ୍ତି ନାହିଁ। ମହିଳାମାନଙ୍କୁ ଅଧିକ ଜଲଦି ଥଣ୍ଡା ଅନୁଭବ ହୋଇଥାଏ। ଏପରି କାହିଁକି ହୁଏ ଜାଣନ୍ତି କି?

ନିକଟରେ ହୋଇଥିବା ଏକ ସନ୍ଧାନରେ ଏହାକୁ ନେଇ କେତେଗୁଡ଼ିଏ ରୋଚକ ତଥ୍ୟ ଜଣାପଡ଼ିଛି। ପୁରୁଷଙ୍କ ଶରୀର ୨୨ ଡିଗ୍ରୀ ଯାଏଁ ଥଣ୍ଡା ସହନ କରିପାରୁଥିବା ବେଳେ ମହିଳାମାନେ ୨୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହିପାରନ୍ତି ଜାଣିବାକୁ ମିଳିଛି।

ଏହାର କାରଣ ହେଲା ଥଣ୍ଡା ବଢ଼ିଲେ ମହିଳାଙ୍କ ଶରୀରରେ ମେଟାବୋଲିକ୍ ରେଟ୍ କମ୍ ହୋଇଯାଏ। ଶରୀରରୁ କମ୍ ହିଟ୍ ରିଲିଜ୍ କରେ। ଏବଂ ମହିଳାମାନେ ଅଧିକ ତାପମାତ୍ରାରେ ଭଲ ପର୍ଫମାନ୍ସ ଦେଉଥିବା ବେଳେ ପୁରୁଷମାନେ କମ୍ ତାପମାତ୍ରାରେ ଭଲ ପର୍ଫମାନ୍ସ ଦେଇଥା’ନ୍ତି।

ପ୍ରାୟ ୫୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ୨୪ଟି ଗ୍ରୁପ୍ ଭାଗ ନେଇଥିଲେ। ସମସ୍ତଙ୍କୁ ୬୧ରୁ ୯୧ଡିଗ୍ରୀ ଫାରେନ୍‌ହାଇଟ୍ କେତେଗୁଡ଼ିଏ ପ୍ରଶ୍ନ ପଚରା ଯାଇଥିଲା। ଅଧିକ ତାପମାତ୍ରାରେ ମହିଳାମାନେ ସବୁ ପ୍ରଶ୍ନର ଭଲ ଉତ୍ତର ଦେଇଥିଲେ ଆଉ ଏସିର ତାପମାତ୍ରା କମେଇଦେବା କ୍ଷଣି ସେମାନଙ୍କ ଚିନ୍ତା ଶକ୍ତି ପ୍ରଭାବିତ ହୋଇଥିଲା।

Comment