ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ଗସ୍ତରେ ଆସିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ରାଜ୍ୟପାଳ ଭାବେ ଦାୟିତ୍ଵ ନେବା ପରେ ଏହା ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ। ସେ ପ୍ରଥମେ ଭୁବନେଶ୍ଵରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜକଙ୍କୁ ଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ଦୁଇ ରାଜ୍ୟ ମଧ୍ୟରେ ପୋଲାଭରମ ବିବାଦ ସମାଧାନ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ସାମ୍ଵିଧାନିକ ବିଧି ବ୍ୟବସ୍ଥା ଭିତରେ ରହି ଉଦ୍ୟମ କରିବି।“

ବିଶ୍ୱୂଭୂଷଣ ଓଡ଼ିଶା ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଛନ୍ତି। ୨ ଥର ଜନତା ଦଳ ଏବଂ ୩ ଥର ବିଜେପି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ଏହାସହ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ମନ୍ତ୍ରୀ ମଧ୍ୟ ରହିଥିଲେ।

ବିଶ୍ୱଭୂଷଣ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା। ମୋଦି ସରକାର କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବିଶ୍ୱଭୂଷଣଙ୍କୁ ଏହି ସମ୍ମାନଜନକ ପଦବୀ ମିଳିଥିବା କୁହାଯାଉଛି। ମୋଦି ସରକାରଙ୍କ ପ୍ରଥମ ପାଳିରେ ମୟୂରଭଞ୍ଜର ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା।

Comment