ଓଡ଼ିଶାଲାଇଭ ବ୍ୟୁରୋ  

ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌। ନାଚିବେ ବାର୍‌ ଗାର୍ଲ। ଏନେଇ ୭ ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି ଅବକାରୀ କମିସନର। ଅବକାରୀ ଆଇନ ୪୪(୫)ର ଗାଇଡ୍‌ ଲାଇନ୍‌ ମାନି ଏହାକୁ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

ହେଲେ ଏଥିପାଇଁ କିଛି ଗାଇଡ୍‌ ଲାଇନ ରକାଯାଇଛି। ଅଶ୍ଲୀଳ ଡ୍ରେସ ପିନ୍ଧି ନାଚିବାକୁ ବାରଣ କରାଯାଇଛି। ବାର୍‌ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି ଗ୍ରାହକ। ଏହାସହ ୨୧ ବର୍ଷରୁ କମ୍‌ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯିବନି। ବାର୍‌ରେ ନିୟୋଜିତ ଥିବା ଯୁବତୀଙ୍କଠାରୁ ପରିଚୟ ପତ୍ର ମଧ୍ୟ ରଖାଯିବ।

କିଛିଦିନ ପୂର୍ବେ ରାଜଧାନୀରେ ଚାଲୁଥିବା ବେଆଇନ ବାର୍‌ ଉପରେ କମିସନରେଟ୍‌ ପୋଲିସ ଚଢ଼ାଉ କରି ବ୍ୟାନ କରିଥିଲା। ଅଶ୍ଲୀଳ ଡ୍ୟାନ୍ସ ଅଭିଯୋଗ ଯୋଗୁଁ ପୋଲିସ ଚଢ଼ାଉ କରିଥିଲା।

Comment