ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ପିଣ୍ଡଦାନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

ଭୁବନେଶ୍ଵର ବିନ୍ଦୁ ସାଗର ଏବଂ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କଲେ ପୂଣ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ।

ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ମହାଳୟା ଅମାବାସ୍ୟା ପଡ଼ିଥାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଅନ୍ୟପଟେ ଦେବୀଙ୍କ ପୀଠରେ ମାଙ୍କ ଷୋଡ଼ଶ ପୂଜା ଚାଲିଛି। ମହାଳୟା ଅବସରରେ ସମ୍ବଲପୁର ସମଲେଶ୍ଵରୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ହୋଇଛି। ବର୍ଷକରେ ମା’ ଥରେ ଏହି ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।

ଯାଜପୁର ମା’ ବିରଜାଙ୍କ ପୀଠରେ ସକାଳୁ ପ୍ରବଳ ଭିଡ଼ ଜମିଛି। ବିରଜା ନିକଟସ୍ଥ ନାଭିଗୟାରେ ଶ୍ରାଦ୍ଧ ଦେବା ଲାଗି ପ୍ରବଳ ଭିଡ଼ ଜମିଛି।

Comment