ଓଡ଼ିଶାଲାଇଭ ବ୍ୟୁରୋ

ହୁ ହୁ ହୋଇ ବଢୁଥିବା ପିଆଜ ଦରକୁ ରୋକିବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ନିୟମ ଲାଗୁ ନେବା ହେବା ପର୍ଯ୍ୟନ୍ତ ପିଆଜ ରପ୍ତାନୀ ବନ୍ଦ ରହିବ ବୋଲି କେନ୍ଦ୍ରୀୟ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଗତ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ ହୋଇଛି। ଭୁବନେଶ୍ଵରରେ ପିଆଜ ଦର ୬୦ ହୋଇଥିବା ବେଳେ ଦିଲ୍ଲୀରେ ୮୦ ଟଙ୍କାରେ ପହଞ୍ଚିଛି। ତେବେ ଏଭଳି ପିଆଜ ଦର ବଢ଼ିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ତେବେ ଏହାକୁ ଲକ୍ଷ୍ୟ କରି କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଳାସ ପାସଓ୍ଵାନ ପୂର୍ବରୁ ଲୋକଙ୍କୁ ଆସ୍ଵସ୍ତି ଦେଇ କହିଥିଲେ ଯେ ସମସ୍ତଙ୍କୁ ୨୪ ଟଙ୍କାରେ ପିଆଜ ଯୋଗାଇ ଦିଆଯିବ। ପରେ କେନ୍ଦ୍ର ସରକାର କିଛି ରାଜ୍ୟକୁ ତତ୍କାଳ ପିଆଜ ଯୋଗାଇଛନ୍ତି। ଏହାପରେ ଅନ୍ୟ ରାଜ୍ୟକୁ ପିଆଜ ପଠାଯିବ ବୋଲି ସୂଚନା ମିଳିଛି।

Comment