ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର: ଫାଇନାନ୍ସ କମ୍ପାନିଠାରୁ ଲୁଟ କରିଥିବା ମାମଲାରେ ଜୟପୁର ସଦର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଗଷ୍ଟ ୧୮ରେ ଜୟପୁର ସଦର ଥାନା ଅନ୍ତର୍ଗତ ଦେଓଗୁଡ଼ା ନିକଟରେ କିଛି ଦୁର୍ବୃତ୍ତ ଭରତ ଫାଇନାନ୍ସ କମ୍ପାନିର କର୍ମଚାରୀଠାରୁ ଲୁଟ୍ କରିଥିଲେ। ଦୁବୃର୍ତ୍ତମାନେ ପ୍ରାୟ ୧୭ ହଜାର ଟଙ୍କା ଲୁଟ୍ କରିଥିଲେ। ଏନେଇ  ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ୧୬୧/୧୯ ଦଫାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ।

ଏହି ଘଟଣାରେ ପୋଲିସ କୁନ୍ଦାରିଗୁଡ଼ାର କିରଣ ମୁଦୁଲି, ବିକ୍ରମ ବାଘ ଓ  ରିତ ରହିଜନ, ବାପୁଜି ନଗରର ବିଜୟ ନାୟକ ଓ ମନୋଜ ସାଗରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଠାରୁ ପୋଲିସ ୮ ହଜାର ଟଙ୍କା, ଗୋଟେ ମୋବାଇଲ, ଗୋଟିଏ ଟ୍ୟାବକୁ ଜବତ କରି କୋର୍ଟ ଚାଲାଣ କରିଥିଲା।

Comment