ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ପ୍ରମୁଖ ଖବର।

ବିଜୁ ଖୋଟେଙ୍କ ପରଲୋକ: ଯିଏ ‘ସୋଲେ’ ଫିଲ୍ମରେ କାଲିଆ ଚରିତ୍ର କରି ହୋଇଥିଲେ ଚର୍ଚ୍ଚିତ

ବଲିଉଡର ଲୋକପ୍ରିୟ ଅଭିନେତା ବିଜୁ ଖୋଟେଙ୍କ ପରଲୋକ ଘଟିଛି। ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଆଜି ସକାଳେ ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ରାକେଶ ସିଂହ ଭଦୌରିଆ ହେଲେ ନୂଆ ବାୟୁସେନା ମୁଖ୍ୟ

ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି। ଧନୋଆଙ୍କ ପରେ ଏୟାର ମାର୍ଶାଲ ରାକେଶ ସିଂହ ଭଦୌରିଆ ବାୟୁସେନାର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି। ସୋମବାର ବାୟୁସେନା ମୁଖ୍ୟାଳୟରେ ବିଏସ୍‌ ଧନୋଆଙ୍କଠୁ ଭଦୌରିଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବିଜେପୁର ଉପ-ନିର୍ବାଚନ – ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ତିନି ପ୍ରାର୍ଥୀ

ବିଜେପୁର ଉପ-ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦିଲ୍ଲୀପ କୁମାର ପଣ୍ଡା ଏବଂ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି।

ବିଜେପୁର ମଇଦାନ ପ୍ରସ୍ତୁତ, ଏଥର ଜମିବ ଲଢ଼େଇ

ବିଜେପୁର ଉପ-ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ତିନି ଦଳ ଏବେ ପ୍ରାର୍ଥୀ ଘୋଷଣା କରି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଏସବୁ ଭିତରେ କେଉଁ ଦଳ ବିଜେପୁର ମଇଦାନରେ ବାଜି ମାରିବ ତାକୁ ନେଇ ଅଙ୍କ କଷା ଚାଲିଛି।

ନନ୍ଦନକାନନ ହାତୀ ମୃତ୍ୟୁ ଓ ଚୋର କଳାକନା ଉପାଖ୍ୟାନ

ନନ୍ଦନକାନନରେ ନିକଟରେ ଯେଉଁ ହାତୀ ମୃତ୍ୟୁ ଘଟିଛି ତାହାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି କୁହାଯାଉଛି। ଅଭୟାରଣ୍ୟ ଭିତରେ ଥାଇ ସଂକ୍ରମଣ  ରୋଗରେ ହାତୀ ମରିବା ଅନ୍ୟତ୍ର କେଉଁଠି ସମ୍ଭବ ନୁହେଁ ବୋଲି କେନ୍ଦ୍ରୀୟ ଅଭୟାରଣ୍ୟ ପ୍ରାଧିକରଣର ସଦସ୍ୟ ଏସ୍‌ ପି ଯାଦବ ନିଜେ କହିଛନ୍ତି।

Comment