ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

ପୁଣି ଖୋଲିବ ଡ୍ୟାନ୍ସ ବାର୍‌, ନାଚିବେ ବାର ଗାର୍ଲ

ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସ ବାର୍‌। ନାଚିବେ ବାର୍‌ ଗାର୍ଲ। ଏନେଇ ୭ ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଛନ୍ତି ଅବକାରୀ କମିସନର। ଅବକାରୀ ଆଇନ ୪୪(୫)ର ଗାଇଡ୍‌ ଲାଇନ୍‌ ମାନି ଏହାକୁ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଜମ୍ମୁ କଶ୍ମୀର: କଠୁଆରୁ ୪୦ କିଲୋ ଆର୍‌ଡିଏକ୍ସ ଜବତ

ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାକୁ ସେନାଙ୍କ ଦ୍ଵାରା ଅପରେସନ ଜାରି ରହିଛି। ଏହି ଅପରେସନ ଜରିଆରେ ସୋମବାର କଠୁଆରର ବିଲବାର ଅଞ୍ଚଳରୁ ୪୦ କିଲୋ ଆର୍‌ଡିଏକ୍ସ ଜବତ କରାଯାଇଛି।

ନର୍ସ ନିହାରିକା ହତ୍ୟା ମାମଲା – ରାଜାକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ନର୍ସ ନିହାରିକା ହତ୍ୟା ମାମଲାରେ ହତ୍ୟାକାରୀ ରାଜାକୁ ୩ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି। ରାଜାକୁ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟ ବିରିଡ଼ି ପୋଲିସକୁ ଅନୁମତି ଦେଇଛନ୍ତି।

ସୁପ୍ରିମକୋର୍ଟରେ ୪ନୂଆ ବିଚାରପତି ନିଯୁକ୍ତ

ସୁପ୍ରିମକୋର୍ଟରେ ୪ଜଣ ନୂଆ ବିଚାରପତିଙ୍କୁ ସୋମବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନିଯୁକ୍ତ କରିଛନ୍ତି। ଏହି ଚାରି ଜଣ ବିଚାରପତି ନିଯୁକ୍ତ ହେବାସହ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

ଓଡ଼ିଶାରେ ପୁଣି ପୁଞ୍ଜିନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ୪୬ ଜଣିଆ ଦଳ

ଓଡ଼ିଶାରୁ ପୋସ୍କୋର ବିଦାୟ ପରେ ଓଡ଼ିଶାରେ ପୁଣି ପୁଞ୍ଜିନିବେଶ ପାଇଁ ଇଚ୍ଛା କରିଛି କୋରିଆ। ସୋମବାର ଏନେଇ କୋରିଆ ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ପୁଣି ଏକ ଚାଷୀଙ୍କ ଆତ୍ମହତ୍ୟା। ମୃତ ଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ନୂଆପାଲୀ ଗ୍ରାମର ମହେନ୍ଦ୍ର ସାହୁ। ଋଣ ଭାର ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ପରିଣତ ବୟସରେ ଶିଖିଲେ ବନ୍ଧୁକ ଚାଳନା, ‘ଷାଣ୍ଡ କି ଆଖଁ’ ଫିଲ୍ମର ଏମିତି ରହିଛି  ସୁଟର୍ ଦାଦୀଙ୍କ କଥା

ବଲିଉଡ୍‌ରେ ଏବେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ୍। ଗୋଟିଏ ପରେ ଗୋଟିଏ ବଲିଉଡ ବାୟୋପିକ ରିଲିଜ ହେଉଛି। ଅକ୍ଟୋବର୍ ୨୫ରେ ରିଲିଜ୍ ହେବାକୁ ଥିବା “ଷାଣ୍ଢ୍ କି ଆଖଁ” ମଧ୍ୟ ଏକ ବାୟୋପିକ

ରାଜନୀତିରେ ପ୍ରବେଶ କରିବେ ଦୂତି! ଟୁଇଟ୍ କରି ଦେଲେ ସୂଚନା

ରାଜନୀତିରେ ପ୍ରବେଶ କରିବେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ। ଜାତୀୟ ଓ ଅନ୍ତର୍ଜାତୀୟ ଦୌଡ଼ ପ୍ରତିଯୋଗିତାରେ ଅନେକ ସଫଳତା ହାସଲ କରିଥିବା ଏହି ଧାବିକା ଆଗକୁ ରାଜନୀତିରେ ପ୍ରବେଶ କରିବେ ବୋଲି ଟୁଇଟରରେ ସୂଚନା ଦେଇଛନ୍ତି।

ଗୀତିକାର ଗୁଲଜାର ଗାଇଲେ ଗଣକବି ହଳଧର ନାଗଙ୍କ କବିତା, ଦେଖନ୍ତୁ ଭିଡିଓ

‘‘ପଶ୍ଚିମ ଓଡ଼ିଶାରେ ଜନ୍ମିତ ସେ ଜଣେ ଆଦିବାସୀ କବି। ଯିଏ ୨୦୧୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କବି ଯେତେବେଳେ ନିଜ ଗାଁ ରାସ୍ତାରେ ଚାଲନ୍ତି ଏମିତି ଲାଗେ ସେ ପୂରା ବିଶ୍ୱ ଉପରେ ଚାଲୁଛନ୍ତି। ଆଉ ସେହି କବି ନିଜ ଗାଁରେ ରହି ପୃଥିବୀର କଥା କହନ୍ତି’’, ଓଡ଼ିଶାର ଗଣକବି ହଳଧର ନାଗଙ୍କ ପାଇଁ ଏ କଥା କହିଛନ୍ତି ପ୍ରସିଦ୍ଧ କବି, ଗୀତିକାର, ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଗୁଲଜାର।

ଅପହରଣ କରି ବଣ୍ଡା ଯୁବକଙ୍କୁ ନିସ୍ତୁକ ପିଟିଲେ ମାଓବାଦୀ

ଜଣେ ବଣ୍ଡା ଯୁବକଙ୍କୁ ଅପହରଣ କରି ନିସ୍ତୁକ ପିଟିଛନ୍ତି ମାଓବାଦୀ। ଯୁବକ ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଫୁସୁଲଗୁଡ଼ାର ଭାସ୍କର କିର୍ସାନ। ତାଙ୍କୁ ୨ ଦିନ ତଳେ ମାଓବାଦୀମାନେ ଅପହରଣ କରି ନେଇଥିଲେ।

ରାୟଗଡ଼ାରେ ସେକ୍ସ ରାକେଟ ଠାବ, ୩ ଗିରଫ

ରାୟଗଡ଼ା ଏଫ.ସି.ଆଇ ଛକ ନିକଟରେ ଏକ ଭଡ଼ା ଘରେ ରାୟଗଡ଼ା ପୋଲିସ ଚଢାଉ କରି ସେକ୍ସ ରାକେଟ ଠାବ କରିଛି। ଏହି ଚଢ଼ାଉ ବେଳେ ପୋଲିସ ଦୁଇ ଯୁବତୀ, ଜଣେ କିଙ୍ଗପିନ୍ ଓ ୨ ଜଣ ଗରାଖକୁ ପୁଲିସ ଗିରଫ୍ କରିଛି।

ତୃତୀୟ ଟି-୨୦ରେ ଭାରତ ପରାଜୟ, ସିରିଜ ବରାବର

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ତୃତୀୟ ମ୍ୟାଚରେ ୯ ଓ୍ଵିକେଟରେ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା ଦଳ। ଏହି ବିଜୟ ସହ ଟି-୨୦ ସିରିଜକୁ ୧-୧ରେ ଡ୍ର ରଖିବାରେ ସକ୍ଷମ ହୋଇଛି ଦକ୍ଷିଣ ଆଫ୍ରିକା।

ସାପ କାମୁଡ଼ିଲେ କ’ଣ କରିବେ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶ କରାଯାଇଛି ଯେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫ ନିୟୁତ ବ୍ୟକ୍ତି ସାପ କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାୟ ୨.୪ ନିୟୁତ ବିଷାକ୍ତ ସାପ କାମୁଡ଼ା ଘଟଣା ପ୍ରତିବର୍ଷ ଘଟିଥାଏ

ରୋହିତ ପୂଜାରୀ ହେଲେ ସରକାରୀ ଦଳର ଉପମୁଖ୍ୟ ସଚେତକ

ବିଜେଡି ବିଧାୟକ ରୋହିତ ପୂଜାରୀଙ୍କୁ ବିଧାନସଭାରେ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବରେ ନିଯୁକ୍ତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆମେରିକାରେ ମୋଦୀଙ୍କ ଓଡ଼ିଆ, କହିଲେ ‘ଭାରତରେ ସବୁ ବଢ଼ିଆ’

ଆମେରିକାରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଓଡ଼ିଆ ଭାଷା ଓ ଓଡ଼ିଆ ସଂସ୍କୃତିର ଝଲକ। ହଷ୍ଟନ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଛି। ଏହାସହିତ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଆ ଭାଷାରେ କହିଛନ୍ତି ମୋଦୀ।

ପ୍ରକାଶ ପାଇଲା ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ବିଜେପୁର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ।

Comment