ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।

ଡାକ୍ତରଖାନାରେ କେମିତି ମିଳୁଛି ସ୍ୱାସ୍ଥ୍ୟସେବା? ଏଣିକି ପ୍ରତିଦିନ ରୋଗୀଙ୍କଠାରୁ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ‘ମୋ’ ସରକାର’ ଯୋଜନା। ଏହି ଯୋଜନାର ପ୍ରଥମ ଦଫାରେ ଥାନା ଏବଂ ଡାକ୍ତରଖାନାରେ ଲୋକଙ୍କୁ କେମିତି ସେବା ମିଳୁଛି ତାହା ଜାଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ଥାନା ଅଧିକାରୀଙ୍କୁ ‘ମୋ ସରକାର’ର ମୂଳ ଲକ୍ଷ୍ୟ ସମ୍ପର୍କରେ ଅବଗତ କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଡିଏମ୍‌ଓମାନଙ୍କୁ ମନ୍ତ୍ର ଫୁଙ୍କିଛନ୍ତି।

ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

ବିଜେପୁର ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ବିଜେପୁରରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଂଗ୍ରେସର ଉଚ୍ଚସ୍ତରୀୟ କମିଟି ଏନେଇ ଗତ ଦୁଇ ଦିନ ହେଲା କଂଗ୍ରେସ ଭବନରେ ମାନସ ମନ୍ଥନ କରିଥିଲେ। ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ରାଜ୍ୟ କଂଗ୍ରେସ ଏଆଇସିସିକୁ ପଠାଇଥିଲା।

ବିଜେପୁରକୁ ନେଇ ନିରଞ୍ଜନଙ୍କ ବଡ଼ ଆଶା – ‘‘ବାରମ୍ବାର ପରାଜୟ ପରେ ବିଜୟ ସୁନିଶ୍ଚିତ’’

‘‘ବାରମ୍ବାର ନିର୍ବାଚନରେ ପରାଜିତ ହେବା ପରେ ବିଜୟ ହିଁ ହୁଏ। ବିଜେପୁରରେ ଆମେ ନିଶ୍ଚିତ ବିଜୟୀ ହେବୁ। ଆମେ ଉଦ୍ୟମ କରିବୁ। ଭୋଟର ବିଚାର କରିବେ’’, ବିଜେପୁରକୁ ନେଇ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କେନ୍ଦ୍ର ପାଖରେ ପର୍ଯ୍ୟାପ୍ତ ପିଆଜ ଗଚ୍ଛିତ ଅଛି – ରାମବିଳାଶ ପାସୱାନ

ଦେଶରେ ପିଆଜର ଦର ବୃଦ୍ଧିକୁ ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବଳାଶ ପାସୱାନ ଟୁଇଟ୍‌ କରିଛନ୍ତି। ରାମବିଳାଶ ପାସୱାନ କହିଛନ୍ତି, “କେନ୍ଦ୍ର ପାଖରେ ଯଥେଷ୍ଟ ପରିମାଣର ପିଆଜ ଗଚ୍ଛିତ ରହିଛି। ଏପର୍ଯ୍ୟନ୍ତ ତ୍ରୀପୁରା, ହରିଆଣା ଏବଂ ତ୍ରିପୁରାକୁ ପିଆଜ ଯୋଗାଇ ଦିଆଯାଇଛି।”

ଜୈଶ-ଇ-ମହମ୍ମଦର ଟାର୍ଗେଟ୍‌ରେ ମୋଦି, ଶାହ ଏବଂ ଡୋଭାଲ

ପାକିସ୍ତାନର ଶରଣରେ ଥିବା ଆତଙ୍କବାଦୀ ସଂସ୍ଥା ଜୈଶ-ଇ-ମହମ୍ମଦ ଟାର୍ଗେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଏମାନେ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଏନେଇ ସମସ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ା କରାଯାଇଛି।

ଓଡ଼ିଶା କେମିତି କଲା ‘ଫନି’ ମୁକାବିଲା? ନବୀନ କହିବେ ପୂରା କାହାଣୀ

ସାରା ବିଶ୍ୱ ଜାଣିବ ବାତ୍ୟା ‘ଫନି’ ମୁକାବିଲାର ସଫଳ କାହାଣୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବେ କେମିତି ତାଙ୍କ ସରକାର ଏହି ବାତ୍ୟାର ସଫଳ ମୁକାବିଲା କଲେ। ନ୍ୟାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ନବୀନ ଏହି କାହାଣୀ ବଖାଣିବେ। ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ଏହାର ପ୍ରସାରଣ କରାଯିବ।

ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୭ ଗିରଫ

ଜୁନାଗଡ଼ର ଜନୈକ ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ଭିଡିଓ ଭାଇରାଲ ଘଟଣାରେ କଳାହାଣ୍ଡି ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣଙ୍କୁ ଭିଡିଓ ସୁଟ୍‌ ପାଇଁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ପୋଲିସ ଅଟକ ରଖିଥିବା ବସ୍‌ ଡ୍ରାଇଭରଙ୍କ କୌଣସି ସଂମ୍ପୃକ୍ତ ନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ, ସବୁଦିନ ପାଇଁ ଚୁପ୍ ହୋଇଗଲେ ବେଣୁ ମାଧବ

ପରଦାରେ ନିଜ ଅଭିନୟରେ ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ତେଲୁଗୁ ଅଭିନେତା ବେଣୁ ମାଧବଙ୍କ ପରାଲୋକ। ବୁଧବାର ମଧ୍ୟାହ୍ନରେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଥିଲେ।

ବିଜେପୁର ଉପ-ନର୍ବାଚନ : ସେପ୍ଟେମ୍ବର ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବ ବିଜେଡି

ବିଜେପୁର ଉପ-ନର୍ବାଚନକୁ ନେଇ ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବୈଠକ ବସିଥିଲା। ବୈଠକ ପରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,”ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ବିଜେଡି ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ବିଜେପୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ ଥିଲା। ବିଜେଡି ଏହାକୁ ବଜାୟ ରଖିବ।”

Samir Dash

ସ୍କୁଲ ପରିଷ୍କାର ତ ମିଳିବ ପୁରସ୍କାର

ସ୍ଵଚ୍ଛ ଅଭିଯାନକୁ ବଢ଼ାଇବା ପାଇଁ ଆଉ ପାହୁଣ୍ଡେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ଏଣିକି ସବୁଠୁ ସ୍ଵଚ୍ଛ ଓ ପରିଷ୍କାର ରଖୁଥିବା ବିଦ୍ୟାଳୟକୁ ପୁରସ୍କୃତ କରାଯିବ। ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ରାଜ୍ୟରେ ଥିବା ସରକାରୀ ସ୍ଵଚ୍ଛତା ପାଇଁ ପୁରସ୍କୃତ କରାଯିବ। ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରରେ ପୁରସ୍କାର ପ୍ରଦାନ କରାଯିବ।

କିଏ ଦାଦା ସାହେବ୍‌ ଫାଲକେ? ଯାହାଙ୍କ ନାଁରେ ଦିଆଯାଏ ସର୍ବୋଚ୍ଚ ସିନେମା ସମ୍ମାନ

ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ହେଲେ ଆପଣ ଜାଣନ୍ତି କି କିଏ ଦାଦା ସାହେବ୍‌ ଫାଲକେ? ଯାହାଙ୍କ ନାମରେ ଦିଆଯାଏ ସିନେମାର ସର୍ବୋଚ୍ଚ ସମ୍ମାନ।

ଆକ୍ରମଣ ପାଇଁ ଆତଙ୍କବାଦୀ ଷଡ଼ଯନ୍ତ୍ର – ଶ୍ରୀନଗର, ପଠାନକୋଟ୍‌ ଏୟାରବେସ୍‌ରେ ଅରେଞ୍ଜ୍‌ ଆଲର୍ଟ

ଆତଙ୍କବାଦୀ ସଙ୍ଗଠନ ପୁଣିଥରେ ଭାରତରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଏନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ପଠାନକୋଟ, ଅମୃତସର, ଶ୍ରୀନଗର ଆଦି ମେଟ୍ରୋ ସିଟିରେ ଆକ୍ରମଣ ପାଇଁ ଚିନ୍ତା କରୁଛି। ଏହି ଆକ୍ରକଣ ପାଇଁ ପାଖାପାଖି ୧୦ ଜଣ ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି।

ମଝି ଆକାଶରେ ଦୁର୍ଘଟଣା ଗ୍ରସ୍ତ ହେଲା ମିଗ୍‌ ୨୧ – ବିମାନରୁ ଡେଇଁଲେ ଦୁଇ ପାଇଲଟ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୁଧବାର ବାୟୁସେନାର ମିଗ୍‌ ୨୧ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ବିମାନ କ୍ରାଶ ହେବା ପୂର୍ବରୁ ସ୍କ୍ୱାଡ୍ରନ ଲିଡରଙ୍କ ସମେତ ଦୁଇ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।

ପ୍ଲାଷ୍ଟିକ୍‌ ମୁକ୍ତ ହେବ ସରକାରୀ ଅଫିସ୍‌, ବ୍ୟବହାର ହେବନି ପ୍ଲାଷ୍ଟିକ୍‌ ବୋତଲ ଓ ଗ୍ଲାସ

ଏଣିକି ସରକାରୀ ଅଫିସ୍ ଓ ବୈଠକରେ ବ୍ୟବହାର ହେବନି ପ୍ଲାଷ୍ଟିକ୍ ଗ୍ଲାସ୍ ଓ ପ୍ଲାଷ୍ଟିକ୍‌ ବୋତଲ। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ନିୟମ ଏବେ ସରକାରୀ କାର୍ଯ୍ୟାଳୟରେ ବି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ପାଲା, ନନ୍ଦନକାନନରେ ପଡ଼ିଲା ତାଲା

ନନ୍ଦନକାନନରେ ପଡ଼ିଲା ତାଲା। ହର୍ପିସ୍‌ ଭୂତାଣୁ ସଂକ୍ରମଣରେ ୪ଟି ହାତୀମୃତ୍ୟୁ ପରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ନନ୍ଦନକାନନ ଗେଟ୍‌ ଆଗରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଛନ୍ତି।

ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ରାଜ୍ୟର ୧୩ଟି ଜିଲ୍ଲାରେ ବୁଧବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତି ଆଞ୍ଚଳିକ ପାଣିପାଗ ବିଭାଗ।

ରାଜ୍ୟରେ ସରକାରୀ କର୍ମଚାରୀ ମାସର ଶେଷ ଦିନରେ ପାଇବେ ଦରମା

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି। ଏଣକି ସରକାରୀ କର୍ମଚାରୀଙ୍କୁ ମାସର ଶେଷ ଦିନରେ ଅଥବା ମାସର ଶେଷ କାର୍ଯ୍ୟଦିବସରେ ଦରମା ଓ ପେନ୍‌ସନ୍‌ ମିଳିବ। ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀମାନଙ୍କୁ ଦରମା ଏବଂ ପେନ୍‌ସନ୍‌ ପାଇବା ପାଇଁ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁ ମାସର ଦରମା ସେହି ମାସରେ ପାଇପାରିବେ।

ବର୍ଷା ପାଇଁ ଗଞ୍ଜାମ ଓ ଗଜପତିରେ ବନ୍ଦ ରହିବ ସମସ୍ତ ସ୍କୁଲ

ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ୩୫ ମିଲିମିଟର ବର୍ଷା ହୋଇଛି, ଏବେ ବି ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। କିନ୍ତୁ ସ୍କୁଲରେ ଶିକ୍ଷକମାନେ ଉପସ୍ଥିତ ରହିବେ।

ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଲେ ବିଜେଡି ସାଂସଦ, ଭିଡିଓ ଭାଇରାଲ

ଦଳୀୟ କର୍ମୀଙ୍କୁ ସର୍ବସମ୍ମୁଖରେ ବିଜେଡି ସାଂସଦଙ୍କ ଚାପୁଡ଼ା। ଏମତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବସରରେ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଟି-୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆରେ ନଜର ଆସିପାରନ୍ତି ଏହି ଖେଳାଳି

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ଵକପ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଦଳ ନିଜର ଗେମ ପ୍ଲାନ ମଧ୍ୟ ଆରମ୍ଭ କରିଦେଇଛି। ଆଗାମୀ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳରେ ବିଭିନ୍ନ ପରିବର୍ତ୍ତନ କରୁଛି ଟିମ୍ ମ୍ୟାନେଜମେଣ୍ଟ।

ଅକ୍ଟୋବର ୧ରେ ଭାରତରେ ଲଞ୍ଚ ହେବ ଫୋଲ୍‌ଡେଡ୍‌ ସ୍ମାର୍ଟଫୋନ Samsung Galaxy Fold

ସାଉଥ୍‌ କୋରିଆନ୍‌ ଯେକ୍ନୋଲୋଜି କମ୍ପାନି ସାମସଙ୍ଗ ଆସନ୍ତା ଅକ୍ଟୋବର ୧ରେ ଭାରତରେ ଲଞ୍ଚ କରିବାକୁ ଯାଉଛି ଫୋଲ୍‌ଡେଡ୍‌ ସ୍କ୍ରିନ୍‌ ସହ ‘ଗାଲାକ୍ସି ଫୋଲ୍‌ଡ’ ସ୍ମାର୍ଟଫୋନ। ନିକଟରେ ଏହି ସ୍ମାର୍ଟଫୋନର ବିକ୍ରି ସାଉଥ୍‌ କୋରିଆରେ ଆରମ୍ଭ ହୋଇଛି।

ବିଜେପୁର ପାଇଁ ଚାଲିଛି କସରତ୍ – ତିନି ଦଳରେ ଛିଡୁନି ଟିକେଟ ଗଣିତ

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଥିଲେ ମଧ୍ୟ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସେନେଇ ଗଣିତ ଛିଡୁନି। ସବୁ ଦଳରେ ଦୁଇରୁ ଅଧିକ ଆଶାୟୀ ଥିବାରୁ ଦଳୀୟ ମ୍ୟାନେଜରମାନେ ଚିନ୍ତାରେ ପଡ଼ିଛନ୍ତି। କାଳେ କାହାର ଟିକେଟ କଟିଲେ ନିର୍ବାଚନ ବେଳେ ସେମାନେ ବିଦ୍ରେୀହୀ ସାଜି ପ୍ରାର୍ଥୀଙ୍କ ପାଇଁ ଅଢୁଆ ସୃଷ୍ଟି କରିବେ ସେହି ଭୟ ଏବେ ଘାରିଛି ତିନି ଦଳର ମ୍ୟାନେଜରଙ୍କୁ।

Comment