ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

କେନ୍ଦ୍ରାପଡ଼ା: ସ୍ପଷ୍ଟ ଦିବାଲୋକରେ ଗାଁ ମୁଣ୍ଡରେ ଫୁଟିଲା ଗୁଳି, ବ୍ୟବସାୟୀ ମୃତ

କେନ୍ଦ୍ରାପଡ଼ାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। କେନ୍ଦ୍ରାପଡ଼ା ମାର୍ଶାଘାଇ ହାତୀଆ ଗାଁରେ ଏହି ଘଟଣା ଘଟିଛି।

ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଆରମ୍ଭ ହେଲା ‘ଓଡ଼ିଶା ଟୁରିଜମ କନକ୍ଲେଭ’

ଆରମ୍ଭ ହେଲା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌ର ଚତୁର୍ଥ ସଂସ୍କରଣ। ଓଡ଼ିଶାର ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ୍‌ର ଆୟୋଜିତ ହୋଇଛି।

୫ଟି ଜିଲ୍ଲାରେ ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପୂର୍ବାହ୍ନ ସୁଦ୍ଧା କୋରାପୁଟ, ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ଅକ୍ଟୋବର ୧୫ରେ ‘ଗୁଗଲ’ର ହାର୍ଡୱେର୍ ଇଭେଣ୍ଟ୍‌, ଲଞ୍ଚ ହୋଇପାରେ Pixel 4 ସିରିଜ

ଆସନ୍ତା ଅକ୍ଟୋବର ୧୫ରେ ‘ଗୁଗଲ’ ପକ୍ଷରୁ ନ୍ୟୁୟର୍କରେ ଏକ ହାର୍ଡୱେର୍ ଇଭେଣ୍ଟ୍‌ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଗୁଗଲର ଦୁଇଟି ସ୍ମାର୍ଟଫୋନ ପିକ୍ସେଲ ୪ ଏବଂ ପିକ୍ସେଲ ୪ଏକ୍ସଏଲ ଲଞ୍ଚ ହୋଇପାରେ। ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଏହାକୁ ନେଇ କିଛି ଖବର ସାମ୍ନାକୁ ଆସିଛି।

ନୟାପଲ୍ଲୀରେ ଏଥର ପଦ୍ମାବତୀ ପ୍ୟାଲେସରେ ପୂଜା ପାଇବେ ମା’ ଦୁର୍ଗା

ଧରାପୃଷ୍ଠକୁ ଆସିବେ ଜଗତଜନନୀ ମା’ ଦୁର୍ଗା। ମା’ ଙ୍କୁ ଧରାପୃଷ୍ଠରେ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହେଲେଣି ରାଜଧାନୀର ଅନେକ ପୂଜା ମଣ୍ଡପ।

ଆଜି ଦ୍ଵିତୀୟ ଟି-୨୦, ବିଜୟ ଲକ୍ଷ୍ୟରେ ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପଞ୍ଜାବର ମୋହାଲିରେ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ତେବେ ସିରିଜରେ ଆଉ ଦୁଇଟି ମ୍ୟାଚ ରହିଥିବା ବେଳେ ଭାରତ ଦୁଇଟି ଜିତି ସିରିଜ ଅକ୍ତିଆର କରିବା ଲକ୍ଷ୍ୟରେ ରହିବ।

ନଭେମ୍ଵରରୁ ସାମୟିକ ଭାବେ ବନ୍ଦ ରହିବ ଭୁବନେଶ୍ଵର ବିମାନ ବନ୍ଦର

ବନ୍ଦ ହେବ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ରନଓ୍ଵେ ରିକା ପେଟିଂ କାମ ପାଇଁ ୮ ମାସ ବିମାନ ବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ଵର ୧ରୁ ଜୁନ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ ରହିବ।

ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ

ପ୍ଲାଷ୍ଟିକ ବ୍ୟବହାରକୁ ନେଇ ରାଜ୍ୟରେ କଡ଼ାକଡ଼ି ହେବ ଆଇନ। ଅକ୍ଟୋବର ୨ରୁ ସହରାଞ୍ଚଳ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

Comment