ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନାଗଡ଼ର ଜନୈକ ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ଭିଡିଓ ଭାଇରାଲ ଘଟଣାରେ କଳାହାଣ୍ଡି ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଜଣଙ୍କୁ ଭିଡିଓ ସୁଟ୍‌ ପାଇଁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି।

ତେବେ ଏହି ଘଟଣାରେ ପୋଲିସ ଅଟକ ରଖିଥିବା ବସ୍‌ ଡ୍ରାଇଭରଙ୍କ କୌଣସି ସଂମ୍ପୃକ୍ତ ନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୧୪ ତାରିଖରେ ଯୁବତୀଜଣକ ଜୁନାଗଡ଼ରୁ ନିଜ ଗାଁକୁ ଫେରୁଥିଲେ। ବସ୍‌ ଫେଲ୍‌ ହୋଇଯିବାରୁ ତାଙ୍କ ଚିହ୍ନା ପରିଚ ଜଣେ ବସ୍‌ ଡ୍ରାଇଭରଙ୍କ ବାଇକ୍‌ରେ ଲିଫ୍ଟ୍‌ ମାଗି ନିଜ ଗାଁକୁ ଫେରିଥିଲେ। ତେବେ ରାସ୍ତାରେ ୭ ଜଣ ଯୁବକ ତାଙ୍କୁ ଅଟକାଇ ଭୟ ଦେଖାଇ ଜଙ୍ଗଲ ମଧ୍ୟକୁ ନେଇ ଗଣଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ପୀଡ଼ିତା ଥାନା ଅଭିଯୋଗ କରିବା ପରେ ପୋଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି କଳାହାଣ୍ଡି ପୋଲିସ ଉକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗଣଦୁଷ୍କର୍ମ ମାମଲାରେ ୪ ଜଣ ଗିରଫ ହୋଇଥିବା ବେଳେ ଏହାର ଭିଡିଓ ସୁଟ୍‌ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ମିଳିଛି।

Comment