ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

‘ଏଲ୍ଓସି ପାର୍ ହେବାକୁ ତୟାର ରୁହ’ – ପିଓକେବାସୀଙ୍କୁ ତତେଇଲେ ଇମ୍ରାନ ଖାନ୍

କଶ୍ମୀର ମାମଲାରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ରାଗ ପଞ୍ଚମକୁ ଉଠି ଆସିଛି। ଯୁଆଡ଼େ ଯାଉଛନ୍ତି ଭାରତ ବିରୋଧରେ ସେ ଗର୍‌ଗର୍‌ ହେଉଛନ୍ତି। ପାକ୍‌ ଅଧିକୃତ କଶ୍ମୀରରେ ଆଜି ଇମ୍ରାନ ଭାରତ ବିରୋଧରେ ତତେଇକି ଭାଷଣ ଦେଇଛନ୍ତି। ପିଓକେ ରାଜଧାନୀ ମୁଜାଫରବାଦ୍‌ରେ ଅନୁଷ୍ଠିତ ‘ଜଲ୍‌ସା’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଇମ୍ରାନ୍‌। ଏହି କାର୍ଯ୍ୟକ୍ରମରେ ପିଓକେବାସୀଙ୍କୁ ତତେଇକି ଭାଷଣ ଦେଇଥିଲେ ଇମ୍ରାନ୍‌।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ବିଜୟୀ, ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ବିଜୟ ହାସଲ କରିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଛାତ୍ର ନିର୍ବାଚନର ସଭାପତି, ଉପସଭାପତି ଓ ଜଏଣ୍ଟ ସେକ୍ରେଟାରୀ ପଦରେ ଜିତାପଟ ହାସଲ କରିଛି ଏବିଭିପି। ସେହିପରି ଏନ୍ଏସୟୁଆଇ ସେକ୍ରେଟାରୀ ପଦରେ ବିଜୟୀ ହୋଇଛି।

ଭଦ୍ରକ: ଚଳନ୍ତା କାର୍‌ରେ ଲାଗିଲା ନିଆଁ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚଳନ୍ତା ଗାଡ଼ିରେ ନିଆଁ ଲାଗି ଯାଇଯାଇଛି। ଫଳରେ ବିଚ୍‌ ରାସ୍ତା ମଝିରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ତେବେ କାର୍‌ର ଡ୍ରାଇଭର ଜଣକ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

ଶାଶୂ ହେବ ତ ଏମିତି – ବିଧବା ବୋହୂକୁ ବାହା ଦେଲେ ପ୍ରତିମା

ଗତ ଦୁଇ ମାସ ତଳେ ତାଳଚେର ଗୋବରା ଗ୍ରାମର ଲିଲି ବେହେରାଙ୍କ ମଥାରୁ ଲିଭି ଯାଇଥିଲା ସିନ୍ଦୂର। ପୋଡ଼ା କପାଳକୁ ଧରି ଲିଲି ଶଶୂ ଘରେ ପଡ଼ି ରହିଥିଲେ। ହେଲେ ଲିଲିଙ୍କର ସେହି ପୋଡ଼ା କପାଳରେ ଆଜି ପୁଣି ସିନ୍ଦୂର ଲାଗିଛି। ଲିଲିଙ୍କ ଶାଶୂ ପ୍ରତିମା ବେହେରା ଏଭଳି ପୂଣ୍ୟ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବାହାଘର ପରି ମାଙ୍ଗଳିକ କାମ କରିଥିବାରୁ ଆଖପାଖ ଗାଁରେ ପ୍ରତିମାଙ୍କ ପ୍ରଶଂସା ଚାଲିଛି।

କୌନ ବନେଗା କରୋଡପତି ପ୍ରଶ୍ନରେ ଓଡ଼ିଶାର ଚନ୍ଦ୍ରାଣୀ ମୁର୍ମୁଙ୍କ ନାଁ

ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କୁଇଜ୍ ସୋ’ କୌନ ବନେଗା କରୋଡପତିରେ ସ୍ଥାନ ପାଇଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ତେବେ ସେ ପ୍ରତିଯୋଗୀ ଭାବରେ ନୁହେଁ ବରଂ ଏହି ପ୍ରତିଯୋଗିତାରେ ଗୋଟିଏ ପ୍ରଶ୍ନ ହୋଇ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି।

ଏବେ ପେଟିଏମରେ ଦେଇ ପାରିବେ ଟ୍ରାଫିକ ଚାଲାଣ

ସଂଶୋଧିତ ଟ୍ରାଫିକ ନିୟମ ଦେଶରେ ଲାଗୁ ହେବା ପରେ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଭୀଷଣ ଜୋରିମାନା ଲଗା ଯାଉଛି। ଗାଡ଼ି ଚଲାଇବା ବେଳେ କେଉଁଠି କେମିତି ଅଜାଣତରେ ଭୁଲ ହୋଇଯାଇ ପାରେ ଓ ସେଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିପାରେ। ଏମିତି ବି ସମ୍ଭବ ଯେ ଚାଲାଣ କଟିବା ବେଳେ ଆପଣଙ୍କ ପାଖରେ ପଇସା ନଥାଇ ପାରେ। ସେହି ପରିସ୍ଥିତିରେ ଆପଣ ପେଟିଏମରେ ବି ଜରିମାନା ଗଣି ପାରିବେ।

ଡିଏଲ୍ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ଆଉ ୫ କାଉଣ୍ଟର

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଅଧିକ ସେଣ୍ଟର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଅଧିକ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କାଉଣ୍ଟର ଖୋଲାଯିବ ବୋଲି ପରିବହନ ବିଭାଗ ସଚିବ ଜି ଶ୍ରୀନିବାସନ କହିଛନ୍ତି।

କେନ୍ଦ୍ର ନା ରାଜ୍ୟ? କାହା ଖାତାକୁ ଯାଉଛି ଟ୍ରାଫିକ ଚାଲାଣ ଟଙ୍କା

ଗତ ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ଏହି ନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି। ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ସବୁଠାରୁ ବଡ଼ ଚାଲାଣ ୨ ଲକ୍ଷରୁ ଅଧିକ ଟଙ୍କାର କଟାଯାଇଛି।ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି। ଟ୍ରାଫିକ ପୋଲିସ୍‌ କାଟୁଥିବା ଫାଇନ୍‌ ଟଙ୍କା ପ୍ରକୃତରେ କାହା ଖାତାକୁ ଯାଉଛି? କେନ୍ଦ୍ର ସରକାରଙ୍କ ଖାତାକୁ ନା ରାଜ୍ୟ ସରକାରଙ୍କ ଖାତାକୁ। ଆସନ୍ତୁ ତାହା ଉପରେ ନଜର ପକାଇବା..

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ – ଗୋଟିଏ ମାସରେ ୩୭ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବରଖାସ୍ତ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଗୋଟିଏ ମାସରେ ୩୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର। ଏହାସହ ୬ଜଣଙ୍କ ପେନସନ ମଧ୍ୟ ବନ୍ଦ କରିଛନ୍ତି। ୩୭ ଜଣଙ୍କ ମଧ୍ୟରେ ୫ ପ୍ରଧାନଶିକ୍ଷକ, ୪ ଇଞ୍ଜିନିୟର ଓ ୧୬ ଜଣ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ଅଧିକାରୀଙ୍କ ବିରୋଧରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ଅଭିଯୋଗ ଆଣିଥିଲା। ପରେ ଏହା ପ୍ରମାଣିତ ହେବା ପରେ ସେମାନଙ୍କୁ ବରଖାସ୍ତ କରିଛନ୍ତି ସରକାର।

୧୦ ଦିନ ପରେ ବି ଅଟୋ ଡ୍ରାଇଭର ଦେଖାଇପାରୁ ନାହାନ୍ତି କାଗଜପତ୍ର, ଗାଡ଼ି ଜବତ କଲା ପୋଲିସ

ମୟୂରଭଞ୍ଜରେ କଡ଼ାକଡ଼ି ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ୍‌। ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ବିନା କାଗଜପତ୍ରରେ ଚାଲୁଥିବା କିଛି ଗାଡ଼ି ପୋଲିସ୍‌ ଜାଲରେ ପସୁଛନ୍ତି। ଏହି ନିୟମ ଲାଗୁ ହେବାର ପରଦିନ ଅର୍ଥାତ୍‌ ଚଳିତମାସ ୨ ତାରିଖ ରାତି ପ୍ରାୟ ୨ଟା ସମୟରେ ବାରିପଦା ଟାଉନ୍ ପୋଲିସର ଏକ ପାଟ୍ରୋଲିଂ ଦଳ ଏକ ନମ୍ବର ବିହୀନ ଅଟୋକୁ ଧରିଥିଲା। ଚେକିଂ ବେଳେ ଉକ୍ତ ଅଟୋର କୌଣସି କାଗଜପତ୍ର ନଥିବା ଦେଖିବାକୁ ମିଳିଥିଲା।

ହଷ୍ଟେଲରେ ମିଳୁନି ଖାଦ୍ୟ – ମାଲକାନଗିରେ ତାତିଲେ ପିଲା, ଦେଲେ ଧାରଣା

ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ନାୟକଗୁଡ଼ା ଅପଗ୍ରେଡ୍‌ ସ୍କୁଲ ହଷ୍ଟେଲରେ ପିଲାଙ୍କୁ ଠିକ୍‌ରେ ଖାଇବା ମିଳୁ ନଥିବାରୁ ପିଲାମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ପିଲାମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ହଷ୍ଟେଲରେ ଠିକ୍‌ରେ ଖାଇବା ଯୋଗାଇ ଦେବାକୁ ପିଲାମାନେ ଦାବି କରିଛନ୍ତି।

କଂଗ୍ରେସରେ ପାଲା – ଇତିଶଙ୍କ କଥାକୁ ‘ପିଲାଳିଆମି’କହି ଉଡ଼ାଇ ଦେଲେ ନିରଞ୍ଜନ

‘ଇତିଶ ପ୍ରଧାନ ଯାହା କହିଛନ୍ତି ତାକୁ ମୁଁ ଗୁରୁତ୍ୱ ଦେଉନି। ତାଙ୍କର ବୟସ ହୋଇନି। ସେ ପିଲାଳିଆମି ଢଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନରେ ‘ଫ୍ରଷ୍ଟ୍ରେସନ’ ଆସି ଯାଇଥିବାରୁ ସେ ଏମିତି କହିଛନ୍ତି’’, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ହଂକଂ ଛାଡି ଭାରତରେ କ୍ରିକେଟ ଖେଳିବେ ଓଡ଼ିଆ ପୁଅ ଅଂଶୁମାନ ରଥ

ହଂକଂ କ୍ରିକେଟ ଦଳର ଅଧିନାୟକ ତଥା ଓଡିଆ ପୁଅ ଅଂଶୁମାନ ରଥ ତାଙ୍କ ଦଳରୁ ଇସ୍ତଫା ଦେଇଛନ୍ତି।  ଭାରତରେ କ୍ରିକେଟ କ୍ୟାରିଅର ଗଢିବା ଲାଗି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ପଦ ସହ ସେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଆଗାମୀ ଦିନରେ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସହ ଓଡ଼ିଶା ତଥା ଦେଶର ଅନ୍ୟରାଜ୍ୟର ରଣଜୀ କ୍ରିକେଟ ଦଳରେ ସାମିଲ ହୋଇପାରନ୍ତି।

କଂଗ୍ରେସ ପକ୍ଷରୁ ଅକ୍ଟୋବର ୧୫ରୁ ଦେଶବ୍ୟାପୀ ଆନ୍ଦୋଳନ

କଂଗ୍ରେସ ପକ୍ଷରୁ ଆସନ୍ତା ମାସ ୧୫ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ। ମୋଦି ସରକାରଙ୍କ ଆର୍ଥିକ ନୀତି ବିରୁଦ୍ଧରେ ଦଳ ପକ୍ଷରୁ ଏହି ଆନ୍ଦୋଳନ ଘୋଷଣା କରାଯାଇଛି। ଏହି ଆନ୍ଦୋଳନ ୧୦ ଦିନ ଧରି ଚାଲିବ। ମୋଦି ସରକାରଙ୍କ ଆର୍ଥିକ ନୀତି ପାଇଁ ଦେଶରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସାବଧାନ! ମାଲକାନଗିରିରେ ମିଳୁଛି ପ୍ଲାଷ୍ଟିକ୍‌ ଅଣ୍ଡା

ମାଲାକାନଗିରିରେ ମିଳୁଛି ପ୍ଲାଷ୍ଟିକ୍‌ ଅଣ୍ଡା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ହାଇଟେକ୍‌ କଲୋନିର ଦିଗାମ୍ବର ବେହେରା ନାମକ ଜଣେ ବ୍ୟକ୍ତି ଶୁକ୍ରବାର ସକାଳେ ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ସେଥି ମଧ୍ୟରୁ ତିନୋଟି ଅଣ୍ଡା ପ୍ଲାଷ୍ଟିକ ବାହାରିଥିଲା।

ନଭେମ୍ବର ୪ରୁ ଦିଲ୍ଲୀରେ ପୁଣିଥରେ ଲାଗୁ ହେବ ଅଡ୍‌-ଇଭେନ୍‌ ଫର୍ମୁଲା

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମାଇବା ପାଇଁ ପୁଣିଥରେ ଲାଗୁ ହେବ ଅଡ୍‌-ଇଭେନ୍‌ ଫର୍ମୁଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏନେଇ ପ୍ରେସ କନ୍‌ଫରେନ୍ସ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୂତାବିକ, ଆସନ୍ତା ୪ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍‌-ଇଭେନ୍‌ ନିୟମ ଅନୁଯାୟୀ ଗାଡ଼ି ଚଳାଚଳ ହେବ।

ଏସ୍‌ବିଆଇ ସର୍ଭିସ୍‌ ଚାର୍ଜ ବଦଳିଲା

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ଭିସ୍‌ ଚାର୍ଜ ବଦଳିଲା। ଟଙ୍କା ଜମା, ଟଙ୍କା ଉଠାଣ ଓ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ଉପରେ ଆଦାୟ କରାଯାଉଥିବା ସର୍ଭିସ୍‌ ଚାର୍ଜରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ରୁ ସର୍ଭିସ୍‌ ଚାଜର୍ ଲାଗୁ ହେବ।

ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର – ଗଣତନ୍ତ୍ରରେ ଜନତା ହିଁ ପ୍ରଥମ ତେଣୁ ଲୋକଙ୍କ ସମସ୍ୟା ବୁଝ

ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ବିଧାୟକଙ୍କ ଟ୍ରେନିଂ। ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କର୍ମଶାଳାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ସମସ୍ତ ବିଧାୟକଙ୍କୁ ବିଧାନସଭାର ପାଠ ପଢ଼ାଇବେ କେନ୍ଦ୍ରୀୟ ଅଧିକାରୀ।

ଆଜି ପିଓକେରେ ଇମ୍ରାନ କରିବେ ମେଗା ରାଲି

କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଅଣଦେଖା କରିବା ପରେ ଇମ୍ରାନ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏବେ ପୁଣିଥରେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର କରିବା ବୋଲି ଅନୁମାନ କରାଯାଉଛି।

ଇମ୍ରାନ ଖୋଲିଲେ ଆତଙ୍କୀ ଗୁମର, ୠଷ ସହ ଯୁଦ୍ଧ କରିବାକୁ ଆତଙ୍କୀଙ୍କୁ ପ୍ରସ୍ତୁତ କରିଥିଲା ପାକ୍‌

ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସହିତ ଆତଙ୍କବାଦର ସମ୍ପର୍କ ରହିଛି। ଏଥିପାଇଁ ପରୋକ୍ଷରେ ସେ ଆମେରିକାକୁ ଦାୟୀ କରିଛନ୍ତି।

୪୬ ଛୁଇଁଲେ ‘ପରଦେଶ’ ହିରୋଇନ ମହିମା

ଶାହରୁଖଙ୍କ ‘ପରଦେଶ’ ହିରୋଇନ୍‌ ମହିମା ଚୌଧୁରୀ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୩ରେ ଦାର୍ଜଲିଙ୍ଗରେ ଜନ୍ମ ହୋଇଥିବା ମହିମା ଏବେ ଫିଲ୍ମ ଦୁନିଆଁରୁ ଦୂରେଇ ରହିଛନ୍ତି। ୨୦୧୬ରେ ବଙ୍ଗାଲି  ଫିଲ୍ମ ‘ଡାର୍କ ଚକଲେଟ’ରେ ନଜର ଆସିଥିଲେ। ଏବେ ମହିମା ଫିଲ୍ମ ଦୁନିଆଁରୁ ଗାୟବ ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନରେ ରହିଛନ୍ତି।

ଓଡ଼ିଶା ଆସିବେ ରାମନାଥ କୋବିନ୍ଦ – ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ସମୀକ୍ଷା ବୈଠକ

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କୋବିନ୍ଦ ଆସୁଛନ୍ତି। ଏହା ତାଙ୍କର ଦୁଇ ଦିନିଆ ଗସ୍ତ।

ନୂଆ ଟ୍ରାଫିକ ନିୟମ ମାନିବାକୁ ବାଲୁକା କଳାରେ ସଚେତନ କରାଇଲେ ସୁଦର୍ଶନ ପଟ୍ଟନାୟକ

ନୂଆ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଏହି ସଚେତନ ବାର୍ତ୍ତା ଦେଇଛନ୍ତି। ସେ ଏହି ବାଲୁକା କଳାକୁ ତାଙ୍କ ଟୁଇଟରରେ ସେୟାର କରିଛନ୍ତି।

ପଞ୍ଚମ ଆସେସ ଟେଷ୍ଟ – ମିଚେଲ ମାର୍ଶଙ୍କ ଘାତକ ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଆସେସ ଟେଷ୍ଟର ଶେଷ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮୨ ଓଭରରେ ୮ ଓ୍ଵିକେଟ ହରାଇ ୨୭୧ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୪ ଓ୍ଵିକେଟ ହାସଲ କରିଛନ୍ତି।

ନୂଆ ଭାରତର ନୂଆ ଚିତ୍ର – ବଦଳିବ ରାଜପଥ, ସଂସଦ ଓ ସଚିବାଳୟର ନକ୍ସା

ମୋଦି ସରକାରଙ୍କ ପକ୍ଷରୁ ନୂଆ ଦିଲ୍ଲୀର ଐତିହାସିକ ରାଜପଥ ଇଲାକାକୁ ନୂଆ ରୂପ ଓ ରଙ୍ଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜପଥ ମାର୍ଗ ଏକ ନୂଆ ଢଙ୍ଗରେ ସଜେଇ ହେବ।

କୋଟଲା ହେଲା ଅରୁଣ ଜେଟଲୀ ଷ୍ଟାଡିୟମ

ଦିଲ୍ଲୀସ୍ଥିତ ଫିରୋଜଶାହା କୋଟଲା ଷ୍ଟାଡିୟମର ନାଁ ଗୁରୁବାର ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯାଇଛି। ଏବେ ଏହା ଅରୁଣ ଜେଟଲୀ ଷ୍ଟାଡିୟମରେ ଜଣାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାଁ ବିରାଟ କୋହଲି ରଖାଯାଇଛି।

Comment