ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆଜି ରାତିରେ ଜହ୍ନ ରାଇଜରେ ପହଞ୍ଚିବ ଚନ୍ଦ୍ରଯାନ-୨

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ପ୍ରେରିତ ହୋଇଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ପ୍ରସ୍ତୁତ ଅଛି।

ଜଳପଥରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା – ଓଡ଼ିଶାକୁ ସତର୍କ ଜାରି କଲା ଗୁଇନ୍ଦା ବିଭାଗ

ଜଳପଥ ଦେଇ ଆତଙ୍କବାଦୀମାନେ ଭାରତ ଉପରକୁ ଆକ୍ରମଣ କରିବାର ସମ୍ଭାବନା ରହିଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ରିପୋର୍ଟ ଆସିବା ପରେ ଦେଶର ସମସ୍ତ ସମୁଦ୍ର ଉପକୂଳକୁ ଆଲର୍ଟ ଜାରି କରାଯାଇଛି। ତେବେ ଓଡ଼ିଶାକୁ ସତର୍କ ଜାରୀ ହେବା ପରେ ସମୁଦ୍ର ଉପକଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଚନ୍ଦ୍ରଯାନ -୨:  ଲାଣ୍ଡିଙ୍ଗ୍‌ର ଶେଷ ୧୫ ମିନିଟ ସବୁଠୁ ମୁସ୍କିଲ ସମୟ

ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିବା ପାଇଁ ଆଉ ମାତ୍ର ଅଳ୍ପ କେଇ ଘଣ୍ଟାର ଅପେକ୍ଷା। ସବୁଠାରୁ ବଡ଼ ଆଶା ବାନ୍ଧିଥିବା ଏହି ଚନ୍ଦ୍ରଯାନ -୨ ର ସଫଳ ଅବତରଣ ଉପରେ କେବଳ ଭାରତ ଭିତରେ ନୁହେଁ ସମଗ୍ର ବିଶ୍ୱ ବାସୀଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଯାନ ଦ୍ୱିତୀୟର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଯଦି ସଫଳତାର ସହ ସମ୍ପନ୍ନ ହୁଏ ଏଭଳି ଦକ୍ଷତା ହାସଲ କରିବାରେ ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ।

ଆରଟିଓ ଅଫିସ୍‌ରେ ସୋରିଷ ପକେଇବାକୁ ଜାଗା ନାହିଁ

ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍‌ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଉଲ୍ଲଘଂନ କରୁଥିବା ଗାଡ଼ି ଚାଳକ। ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣପତ୍ର, କାଗଜପତ୍ର ସଠିକ୍‌ ନଥିଲେ, ହେଲମେଟ୍‌ ପିନ୍ଧି ନଥିଲେ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ୁଛି। ବସ୍‌, ଟ୍ରକ୍‌, ବାଇକ୍‌ଠାରୁ ଆରମ୍ଭ କରି ଅଟୋ ପର୍ଯ୍ୟନ୍ତ ସମସ୍ତଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି। ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସବୁଠି ହଇଚଇ ସୃଷ୍ଟି ହୋଇଛି।

ମଠ ଭାଙ୍ଗିବାର ନୂଆ ଫର୍ମୁଲା! ଗଢ଼ା ହେବ ସବ୍ କମିଟି

ପୁରୀରେ ମଠ ଉଚ୍ଛେଦକୁ ନେଇ ରାଜ୍ୟ ସରକାର ନାକେଦମ୍‌ ହୋଇଗଲେଣି। ପ୍ୟାକେଜ ପରେ ପ୍ୟାକେଜ ଘୋଷଣା କରୁଥିଲେ ମଧ୍ୟ କିଛି ଲାଭ ମିଳୁନି। ଦିନ ପରେ ଦିନ ଗଡୁଛି, ହେଲେ ମଠ ଉଚ୍ଛେଦ ଯେଉଁଠି ଥିଲା ସେଇଠି ଅଟକି ରହିଛି। ଏବେ ଏହି ମଠ ପାଇଁ ସବ୍‌ କମିଟି ଗଠନ କରାଯାଇଛି।

ଜୟପୁର : ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୫ ଗିରଫ

କୋରାପୁଟ ଜିଲ୍ଲା ଜୟପୁର କୋଟପାଡ଼ ପୋଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଡକାୟତି ଯୋଜନାର ସୁରାକ ପାଇ କୋଟପାଡ଼ ପୋଲିସ ଚଢାଉ କରି ଯୋଜନାକୁ ପଣ୍ଡ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଛି।

ଚନ୍ଦ୍ରଯାନ- ୨ର ଅବତରଣ ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ଶୁକ୍ରବାର ମଧ୍ୟରାତ୍ରିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ପ୍ରତ୍ୟେକ ଭାରତୀୟ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ତେଣୁ ଏହି ଗୌରବଶାଳୀ ମୁହୂର୍ତ୍ତକୁ ସମସ୍ତ ଭାରତୀୟଙ୍କୁ ଦେଖିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସରକାରୀ ଅଫିସ ଉଠିବା ବିରୁଦ୍ଧରେ ‘ଆମ କଟକ’ ପକ୍ଷରୁ ଅଭିନବ ବିରୋଧ

ହଜାରେ ବର୍ଷର କଟକରୁ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ଲଢେଇ ଜୋରଦାର ହୋଇଛି। କଟକର କିଛି ନାଗରିକ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏ ନେଇ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ନିକଟରେ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ‘ଆମ କଟକ’ ନାମକ ଏକ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏଥିରେ ବିଭିନ୍ନ ପୂଜା କମିଟି, କ୍ଲବ, ଯୁବକ ସଂଘ, ବ୍ୟବସାୟୀ ସଂଘ, ଛାତ୍ର ସଂଘ ଓ ବୁଦ୍ଧିଜୀବୀ ଅଛନ୍ତି। ଦେଉଳି ସାହିରେ ଏହି ଆନ୍ଦୋଳନର ଏକ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା ଓ ଏହି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ସାବାଡ୍‌ ହେବେ ମଦ୍ୟପ ଡ୍ରାଇଭର – ଆଜି ସନ୍ଧ୍ୟାରୁ ଟୋଲଗେଟ୍‌ରେ ଚେକିଂ କଡ଼ାକଡ଼ି

ମଦ ପିଇ ଗାଡ଼ି ଚଳାଉଛନ୍ତି କି? ଏବେଠୁ ହୋଇ ଯାଆନ୍ତୁ ସାବଧାନ! ଏଣିକି ମଦ୍ୟପ ଡ୍ରାଇଭରଙ୍କୁ ସାବାଡ୍‌ କରିବା ପାଇଁ ଓଡ଼ିଶା ପୋଲିସ ଜାରି କରିଛି ସର୍କୁଲାର। ଆଜି ସନ୍ଧ୍ୟାରୁ ରାଜ୍ୟର ପ୍ରମୁଖ ୧୪ଟି ଟୋଲ ଗେଟ୍‌ରେ ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଦ୍ୟପ ଡ୍ରାଇଭର ଚେକିଂ ବେଳେ ଧରାପଡ଼ିଲେ ସିଧା ସେମାନଙ୍କୁ ପୋଲିସ ଗିରଫ କରିବ।

ଦିଲ୍ଲୀ ଏମ୍‌ସ ଛାଡ଼ିଲେ ଜଗା-କାଳିଆ

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍‌ସରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି। ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜଗା-କାଳିଆ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଦିଲ୍ଲୀ ଷ୍ଟେସନକୁ ଆସିଥିଲେ। ଆଜି ସନ୍ଧ୍ୟାରେ ସେମାନେ ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଶା ଆସିବେ।

ଜନ୍ମଦିନରେ ଲତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ସରକାର!

ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ଚଳିତ ମାସ ୨୮ ସେପ୍ଟେମ୍ବରରେ ଲତା ତାଙ୍କ ୯୦ତମ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ଭାରତ ସରକାର ତାଙ୍କୁ ସମ୍ମାନିତ କରିବାକୁ ଯୋଜନା ରଖିଥିବା ଜଣାପଡ଼ିଛି। ଲତାଙ୍କୁ ‘‘ଡଟର ଅଫ୍‌ ଦ ନେସନ’’ ଟାଇଟଲରେ ସମ୍ମାନିତ କରାଯିବ ବୋଲି ଶୁଣିବାକୁ ମିଳିଛି।

Vivo Z1X ସ୍ମାର୍ଟଫୋନ ଭାରତରେ ହେଲା ଲଞ୍ଚ୍‌

ଭାରତରେ ଲଞ୍ଚ ହେଲା ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ପକ୍ଷରୁ ଗରୁବାର ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯାଇଛି। ଏହା ହେଉଛି ଭାରତରେ ଲଞ୍ଚ୍‌ ହୋଇଥିବା ଜେଡ୍‌ ସିରିଜ୍‌ର ଦ୍ୱିତୀୟ ସ୍ମାର୍ଟଫୋନ। ଭାରତରେ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୬,୯୯୦ ଟଙ୍କା।

Comment